ନୂଆଦିଲ୍ଲୀ ଗତ କିଛି ମାସ ହେବ ଭାରତରେ ପନିପରିବା ଦର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ନଭେମ୍ବରମାସରେ ଫୁଲକୋବି, ଟମାଟୋ, ଲାଉ ସମେତ ଅନେକ ପନିପରିବା ଦର ମାସିକ ୪ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। କିନ୍ତୁ ପିଆଜ ଦର ଏବେ ବି ଲୋକଙ୍କ ପାଇଁ ଲୁହ ଆଣି ଦେଉଛି। ନଭେମ୍ବର ୬ ତାରିଖରେ ଲାସଲଗାଓଁ ପିଆଜ ବଜାରରେ ପିଆଜର ପାଇକାରୀ ମୂଲ୍ୟ ପାଞ୍ଚ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଆଇସିଆଇସିଆଇ ବ୍ୟାଙ୍କର ଏକ ରିପୋର୍ଟ ଅନୁଯାୟୀ, ପିଆଜ ଦରରେ ତୁରନ୍ତ ଆଶ୍ୱସ୍ତି ମିଳିବାର କୌଣସି ଆଶା ନାହିଁ। ନଭେମ୍ବରମାସରେ ପନିପରିବା ଦର କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ପିଆଜ ଦର ଅଧିକ ରହିଛି। ଅଗଷ୍ଟ ଓ ସେପ୍ଟେମ୍ବରରେ ପ୍ରବଳ ବର୍ଷା ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବା ସହ ବଜାରକୁ ପନିପରିବା ଆଗମନ ୨୮ ପ୍ରତିଶତ ହ୍ରାସ ପାଇଛି। ଏହି କାରଣରୁ ଦର ବଢିଛି ।
ବୁଧବାର ଦେଶର ସର୍ବବୃହତ ପାଇକରୀ ପିଆଜ ବଜାର ନାସିକର ଲାସଲଗାଓଁ କୃଷି ଉତ୍ପାଦ ବଜାର ସମିତି (ଏପିଏମସି)ରେ ପିଆଜର ହାରାହାରି ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପିଛା ୫,୬୫୬ ଟଙ୍କାରେ ପହଞ୍ଚିଛି, ଯାହା କି ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ ଥିଲା। ଶେଷ ଥର ପାଇଁ ୨୦୧୯ ଡିସେମ୍ବର ୧୦ରେ ପିଆଜ ଦର ଏହି ସ୍ତରରେ ଥିଲା। ପାଇକାରୀ ବଜାରରେ ଏହି ଦରବୃଦ୍ଧିର ପ୍ରଭାବ ସାରା ଦେଶରେ ପିଆଜ ଦର ଉପରେ ପଡ଼ିଛି । ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟରେ ପିଆଜ କିଲୋ ପିଛା ସତୁରୀ ଟଙ୍କା ଟପିଯାଇଛି । ଏହା ଫଳରେ ଖାଉଟି ପ୍ରଭାବିତ ହୋଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2017/10/onion-1.jpg)