ଚେନ୍ନାଇ: ଚେନ୍ନାଇରେ ପିଆଜର ଦାରକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି। ୮ବର୍ଷ ମଧ୍ୟରେ ଯାହା ହୋଇ ନ ଥିଲା, ତାହା ଏବେ ହେବାରୁ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସାରା ଦେଶରେ ଏବେ ପିଆଜର ଦର ବୃଦ୍ଧିକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଚେନ୍ନାଇରେ ପିଅ‌ାଜ କିଲୋ ୧୨୦ଟଙ୍କା ହେବା ଏବେ ଚେନ୍ନାଇବାସୀଙ୍କୁ କନ୍ଦାଇବା ଆରମ୍ଭ କରିଛି। କୋଏମବେଡୁରେ ପିଆଜ ହୋଲସେଲ ଡିଲରମାନେ ପିଆଜ ଦର କମ ବେଶି ହେଉଥିବାରୁ ଦାମକୁ ସ୍ଥିର ରଖିବା ପାଇଁ ‌ସଂଘର୍ଷ କରୁଛନ୍ତି।

Advertisment

ଗତ ୩ମାସ ହେଲାଣି ବିଭିନ୍ନ ହୋଲସେଲ ଡିଲର ଓ ଖୁଚୁରା ବ୍ୟବସାୟୀମାନେ ପିଆଜ କିଲୋ ପିଛା ୮୦ ଓ ୧୦୦ଟଙ୍କାରେ ବିକ୍ରି କରି ଆସୁଛନ୍ତି। ମହାରାଷ୍ଟ୍ରରେ ଓ କର୍ଣ୍ଣାଟକରେ ଚଳିତ ବର୍ଷ ହୋଇଥିବା ବନ୍ୟା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। କାରଣ ଏଇ ଦୁଇ ରାଜ୍ୟରେ ପିଆଜର ଉତ୍ପାଦନ ଅଧିକ ହୋଇଥାଏ। ନୂଆ ପିଆଜ ବଜାରକୁ ନ ଆସିବା ପର୍ଯ୍ୟନ୍ତ ଆଗାମୀ ୧୫ଦିନ ଯାଏ ଏଭଳି ପରିସ୍ଥିତି ରହିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।

Image result for onion-prices Livemint

କୋଏମ୍ବେଡୁ ଭେଜିଟେବୁଲ ହୋଲସେଲ ମର୍ଚ୍ଚାଣ୍ଟ ଆସୋସିଏସନର ସେକ୍ରେଟାରୀ ଅବଦୁଲ ଖାଦେରଙ୍କ କହିବା ମୁତାବକ, ବର୍ତ୍ତମାନ ଖୁଚୁରା ବଜାରରେ ପିଆଜ କିଲୋ ୧୨୦ଥିବା ବେଳେ ହୋଲସେଲ ମୂଲ୍ୟ ୧୦୦ଟପିଛି। ୮ବର୍ଷ ତଳେ ପିଆଜ କିଲୋ ୧୦୦ଛୁଇଁଥିଲା ସତ କିନ୍ତୁ ଏତେ ଅଧିକ ଦାମ କେବେ ବଢ଼ି ନଥିଲା। ନାସିକରେ ପିଆଜର ଦାମ୍ ୧୦୦-୧୨୦ଭିତରେ ରହିଥିବା ବେଳେ ବେଙ୍ଗାଲୁରୁରେ ୧୦୦ଛୁଇଁବାକୁ ଯାଉଛି। ବଢ଼ୁଥିବା ଦାମ ଦେଖି ଏବେ ଲୋକେ ତଳ ଶ୍ରେଣୀର ଆନ୍ଧ୍ର ପିଆଜ ୮୦ଟଙ୍କା ଦେଇ କିଣୁଛନ୍ତି। ଦିନ ଆସିବ ପିଆଜକୁ ଗହଣା ବାକ୍ସ ଭିତରେ ରଖିବାକୁ ପଡ଼ିବ।