ଆସନ୍ତା ୨ ସପ୍ତାହ ମଧ୍ୟରେ ୫୦ ପ୍ରତିଶତ କମ୍‌ ହୋଇପାରେ ପିଆଜ ଦର

ମୁମ୍ବାଇ: ଆଗାମୀ ଦୁଇ ସପ୍ତାହ ମଧ୍ୟରେ ପିଆଜ ଦର ୫୦ ପ୍ରତିଶତ କମ୍‌ ହୋଇପାରେ ବୋଲି ସୂଚନା ରହିଛି। ମହାରାଷ୍ଟ୍ର, ଗୁଜୁରାଟ ଓ କର୍ଣ୍ଣାଟକରୁ ନୂଆ ପିଆଜ ଆସିବା ପରେ ଖୁବ୍ ଶୀଘ୍ର ଲୋକମାନଙ୍କ ସମସ୍ୟା ଦୂର ହେବାକୁ ଯାଉଛି। ଏଣିକି ଗ୍ରାହକଙ୍କୁ ଆଉ ଚଢ଼ା ଦର ଦେଇ ପିଆଜ କିଣିବାକୁ ପଡ଼ିବ ନାହିଁ।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଡିସେମ୍ବର ୧୦ ତାରିଖରେ ଦେଶର ବୃହତ୍‌ ପିଆଜ ହୋଲ୍‌ସେଲ୍‌ ବଜାରରେ ପିଆଜ ଦର ୭୧ ବଦଳରେ ୪୧ ଟଙ୍କା ହୋଇଛି। ତେବେ, ଜାନୁଆରି ସୁଦ୍ଧା ପିଆଜ ଦର କିଲୋ ପିଛା ୨୦ରୁ ୨୫ ଟଙ୍କା ହେବ ବୋଲି ସୂଚନା ରହିଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପିଆଜ ଦଳ ୩୫ରୁ ୪୦ ଭିତରେ ହୋଇପାରେ ବୋଲି ଅନୁମାନ କରାଯାଉଛି।
ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାଶୱାନ ଲୋକସଭାରେ କହିଛନ୍ତି ଯେ ମାର୍ଚ ମାସ ପରେ ପିଆଜ ଦର ପ୍ରାୟ ୪୦୦ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୯ ମାର୍ଚ ମାସରେ ପିଆଜ ଦର କିଲୋ ପିଛା ୧୫ ଟଙ୍କା ଥିବା ବେଳେ ଏହା ଏବେ ୧୫୦ ଉପରକୁ ବି କିଛି ସ୍ଥାନରେ ଟପି ଯାଇଛି।

ସମ୍ବନ୍ଧିତ ଖବର