୨୧ ହଜାର ଟଙ୍କାର ପିଆଜ ଚୋରକୁ ଧରିଲା ପୁଲିସ, ଦେଖନ୍ତୁ କେମିତି ଚୋରି କରାଯାଇଥିଲା ପିଆଜ ବସ୍ତା

ମୁମ୍ବାଇ: ୬ ଦିନର ଲଗାତାର ଖୋଜାଖୋଜି ପରେ ପିଆଜ ଚୋରକୁ ଧରିଲା ପୁଲିସ | ମୁମ୍ବାଇ ପୁଲିସ ୨ ଜଣ ପିଆଜ ଚୋରଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ପ୍ରାୟ ୧୬୮ କିଲୋ ପିଆଜ ଜବତ କରିବାରେ ସକ୍ଷମ ହୋଇଛି | ମିଳିଥିବା ସୂଚନା ମୁତାବକ ମୁମ୍ବାଇର ଡୋଗରି ବଜାରରୁ ପିଆଜ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା |

ପିଆଜ ଚୋରି ହେବାର ଭିଡିଓ ମଧ୍ୟ ସିସିଟିଭିରେ ରେକର୍ଡ ହୋଇଥିଲା | ସ୍ଥାନୀୟ ବ୍ୟବସାୟୀଙ୍କ ଅଭିଯୋଗ ପାଇବା ପରେ ପୁଲିସ ତନାଘନା ଆରମ୍ଭ କରିଦେଇଥିଲା | ସିସିଟିଭିର ଭିଡିଓକୁ ଦେଖି ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି |


ଏବେ ମୁମ୍ବାଇରେ ପିଆଜ କିଲୋ ପିଛା ୧୨୦ ଟଙ୍କାରେ ପହଁଚିଥିବାବେଳେ ଏହାର ସୁଯୋଗ ନେଇ ପିଆଜ ଚୋରି କରିବାକୁ ଚୋର ବାଟ ବାଛିଥିଲେ | ଏଥିପାଇଁ ସେମାନେ ବିଳମ୍ବିତ ରାତିରେ ବଜାରରେ ପିଆଜ ଚୋରି କରିବାକୁ ଆସିଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି | ତେବେ ଏହି ଚୋରି ପଛରେ ଆଉ କାହାର ହାତ ରହିଛି ପୁଲିସ ଏବେ ଏହାର ତଦନ୍ତ କରୁଛି | ଚୋରି ହୋଇଥିବା ପିଆଜର ଆନୁମାନିକ ମୂଲ୍ୟ ୨୧ ହଜାର ଟଙ୍କା ବୋଲି ପୁଲିସ କହିଛି |

ସମ୍ବନ୍ଧିତ ଖବର