କଂଗ୍ରେସର ଅନଲାଇନ୍‌ ଅଭିଯାନ: କୋଭିଡ୍‌ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଦାବି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କୋଭିଡ୍‌ ମୃତତଙ୍କ ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଦାବି କରି ଦଳର ଏକ ଅନଲାଇନ୍ ଅଭିଯାନ ଆରମ୍ଭ କରିଛନ୍ତି। କଂଗ୍ରେସ ଆଜି ‘ସ୍ପିକ୍‌ ଅପ୍‌ ଫର କୋଭିଡନ୍ୟାୟ’ ଅଭିଯାନ ଆରମ୍ଭ କରିଛି। ଦେଶରେ ବାସ୍ତବରେ କେତେ କରୋନା ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ କରିବାପାଇଁ ଏବଂ ପ୍ରତି ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଦେବାପାଇଁ ଦାବି କରି ଏହି ଅଭିଯାନ ଆରମ୍ଭ ହୋଇଛି ବୋଲି କଂଗ୍ରେସ କହିଛି। ଉକ୍ତ ଅଭିଯାନ ଆରମ୍ଭ କରି ରାହୁଲ କହିଛନ୍ତି, ଯେତେବେଳେ ଲୋକଙ୍କ ଯନ୍ତ୍ରଣା ଏବଂ କ୍ଷତି ପ୍ରସଙ୍ଗ ଉଠୁଛି ସେତେବେଳେ ସରକାର ଶୋଇ ପଡ଼ୁଛନ୍ତି।

ଏବେ ସେମାନଙ୍କୁ ଉଠାଇବାକୁ ପଡ଼ିବ । କରୋନା ମୃତକଙ୍କୁ ନେଇ ଯଦି ସରକାରଙ୍କ ପାଖରେ ତଥ୍ୟ ନାହିଁ ତେବେ ସମଗ୍ର ଦେଶ ଏହି ତଥ୍ୟ ସରକାରଙ୍କୁ ଦେବାପାଇଁ ରାଜି ଅଛି। ପାଣ୍ଠିର କୌଣସି ଅଭାବ ନାହିଁ। କିନ୍ତୁ ମୂଳ ପ୍ରସଙ୍ଗ ହେଉଛି ସରକାରଙ୍କର କୋଭିଡ୍‌ ପ୍ରଭାବିତ ପରିବାରକୁ ସହଯୋଗ କରିବାର ଉଦ୍ଦେଶ୍ୟ ନାହିଁ। କୋଭିଡ୍‌ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ଆମେ ୪ ଲକ୍ଷ ଦାବି କରିଛୁ ବୋଲି କଂଗ୍ରେସ ମୁଖପାତ୍ର ପୱନ ଖେରା କହିଛନ୍ତି।

ସମ୍ବନ୍ଧିତ ଖବର