ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବଦିନ ଠପ ହୋଇଯାଇଛି  ଅନଲାଇନ୍ ଡେଲିଭରି ସେବା  । ବିଭିନ୍ନ ଦାବି ନେଇ ଆଜି ସାରା ଦେଶର ଧର୍ମଘଟ କରିଛନ୍ତି ଡେଲିଭରି  ବା ଗିଗ୍ କର୍ମଚାରୀ । ଯାହାଫଳରେ ଖାଦ୍ୟଠୁ ନେଇ ସାମାନପତ୍ର ଅନଲାଇନ ଅର୍ଡର ଅପେକ୍ଷାରେ ଥିବା ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଆଜିର ଦିନରେ ଲୋକମାନେ ଦୋକାନ ବଜାର କିଣାବିକାକୁ  ଯେତିକି ପସନ୍ଦ କରୁଛନ୍ତି ସେତିକି ଅନଲାଇନ ସପିଂର ଚାହିଦା  ରହିଛି । ବିଶେଷ କରି ସେଲିବ୍ରେସନ ସମୟରେ ଜମାଟୋ, ସ୍ବିଗ ସହ ଅନଲାଇନ ଫୁଡର କ୍ରେଜ ବେଶ ଅଧିକ ଥାଏ । ଏଭଳିସ୍ଥିତି ଡେଲଭରି ବୟଙ୍କ ଆଜିର ଧର୍ମଘଟ ନୂଆବର୍ଷର ମଜାକୁ କିଛି ମାତ୍ରାରେ ପ୍ରଭାବିତ କରିଛି । ଗିଗ୍ ଏବଂ ଅନଲାଇନ ଡେଲିଭରି ପ୍ଲାଟଫର୍ମ ୱାର୍କର୍ସ ୟୁନିଅନ୍ ଏବଂ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ଆପ୍ ବେଷ୍ଟ ଟ୍ରାନ୍ସପୋର୍ଟ ୱାର୍କର୍ସଙ୍କ ନେତୃତ୍ୱରେ ଏହି ଧର୍ମଘଟ କରାଯାଉଛି। ଏମାନଙ୍କ ଦାବି ରହିଛି 

Advertisment

ଅନ୍‌ଲାଇନ୍‌ ଡେଲିଭରି ଠପ୍

କାମ ଅନୁସାରେ ଦରମା ବଢ଼ାଯାଉ
୧୦ମିନିଟ୍‌ ଡେଲିଭରି ନିୟମ ହଟାଯାଉ
ଆବଶ୍ୟକୀୟ ସୁରକ୍ଷା ଓ ସ୍ବାସ୍ଥ୍ୟ ଉପକରଣ ଦିଆଯାଉ
ସମସ୍ତଙ୍କୁ ସମାନ କାମ ଦିଆଯାଉ
ଗ୍ରାହକମାନେ ସମ୍ମାନର ସହ ବ୍ୟବହାର କରନ୍ତୁ
ସ୍ୱାସ୍ଥ୍ୟ ବୀମା ପେନସନ ଭଳି ସାମାଜିକ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ 

ଡେଲିଭରି କର୍ମଚାରୀମାନଙ୍କୁ ଗିଗ୍ କର୍ମଚାରୀ ଭାବରେ ବିବେଚନା କରାଯାଏ। ଆଇଟି କ୍ଷେତ୍ରରୁ ଇ-କମର୍ସ ପର୍ଯ୍ୟନ୍ତ  କ୍ଷେତ୍ରଗୁଡ଼ିକରେ ଗିଗ୍ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ନିକଟରେ ସଂସଦରେ ଏମାନଙ୍କ ସମସ୍ୟା କଥା ଉଠାଇଥିଲେ ଆପ ସାଂସଦ ରାଘବ ଚଡ୍ଡା । ଏପରିକି ଜଣେ ଡେଲିଭରି ବୟଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିବା ସହ ତାଙ୍କ ସହ ଏକାଠି ଖାଇଥିଲେ ଓ  ସମସ୍ୟା ପଚାରିବୁଝିଥିଲେ ରାଘବ ।