ଇପିଏଫ୍‌ ନମ୍ବରଧାରୀଙ୍କୁ କରୋନା ସହାୟତା ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସହାୟତା ରାଶି ପ୍ରଦାନ ସକାଶେ ଯେଉଁ ପ୍ୟାକେଜ ଘୋଷଣା କରାଯାଇଥିଲା, ଇପିଏଫ ଏବଂ ଇପିଏସ ନମ୍ବରଧାରୀ କର୍ମଚାରୀମାନଙ୍କର ଆକାଉଣ୍ଟକୁ ସେହି ଅର୍ଥ ପ୍ରଦାନ ନିମନ୍ତେ ଏକ ଇଲେକ୍ଟ୍ରୋନିକ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

ଏହି ସହାୟତା ପାଇବା ପାଇଁ ଯୋଗ୍ୟ ସଂସ୍ଥା/ ପ୍ରତିଷ୍ଠାନମାନେ ଇଲେକ୍ଟ୍ରୋନିକ୍‌ ଚାଲାନ-କମ୍‌ ରିଟର୍ଣ୍ଟ ( ଇସିଆର) ଫାଇଲ୍‌ କରି ତାହା ଦାବି କରିପାରିବେ । କର୍ମନିଯୁକ୍ତି ଦେଇଥିବା ପ୍ରତିଷ୍ଠାନ ଓ କର୍ମଚାରୀଙ୍କ ପକ୍ଷରୁ ସେମାନଙ୍କୁ ମିଳିବାକୁ ଥିବା ଅର୍ଥ ଇସିଆରରେ ଇପିଏଫ ଏବଂ ଇପିଏସରେ (ବେତନର ୨୪%) ବୋଲି ପ୍ରତିଫଳିତ ହେଉଥିବ। ଯାହାକି, କେନ୍ଦ୍ର ସରକାର କଣ୍ଟ୍ରିବ୍ୟୁଟୋରୀ ଇପିଏଫ ସଦସ୍ୟଙ୍କ ୟୁଏଏନରେ ତିନିମାସ ପାଇଁ ହସ୍ତାନ୍ତର କରିବେ । ସେଭଳି ଇପିଏଫ ସଦସ୍ୟମାନଙ୍କ ମାସିକ ମଜୁରି ୧୫,୦୦୦ ଟଙ୍କାରୁ କମ୍‌ ହୋଇଥିବ ଓ ସେମାନେ କାର୍ଯ୍ୟ କରୁଥିବା ସଂସ୍ଥା/ କାରଖାନା ଇପିଏଫ ପରିସରଭୁକ୍ତ ହୋଇଥିବେ ତଥା ସେହି ସଂସ୍ଥା ୧୦୦ ଜଣ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ନିଯୁକ୍ତ କରିଥିବେ ଓ ସେମାନଙ୍କ ମଧ୍ୟରୁ ୯୦% କିମ୍ବା ତଦୁର୍ଦ୍ଧ କର୍ମଚାରୀ ମାସିକ ୧୫,୦୦୦ ଟଙ୍କାରୁ କମ୍‌ ବେତନ ପାଉଥିବା ଆବଶ୍ୟକ । ପ୍ରାୟ ୭୯ ଲକ୍ଷ କର୍ମଚାରୀ ଓ ପାଖାପାଖି ୩.୮ ଲକ୍ଷ ପ୍ରତିଷ୍ଠାନ ଏହି ପ୍ୟାକେଜରୁ ଉପକୃତ ହୋଇପାରିବେ । ଏଥିପାଇଁ ତିନି ମାସ ମଧ୍ୟରେ ସରକାର ୪୮୦୦ କୋଟି ଟଙ୍କାର ସବସିଡ଼ି ପ୍ରଦାନ କରିବେ ।

ସମ୍ବନ୍ଧିତ ଖବର