ନୂଆଦିଲ୍ଲୀ: କରୋନା ଯୋଗୁଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମସ୍ତଙ୍କ ଜୀବନରେ କିଛି ନା କିଛି ପ୍ରଭାବ ପଡିଛି | ଆଉ କରୋନା କଟକଣା ମଧ୍ୟରେ ହେଉଥିବା ବିବାହରେ ବି ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି | ଉତ୍ତରପ୍ରଦେଶର ଜୌନପୁରରେ ଏଭଳି ଏକ ହାଇଟେକ ବିବାହ ସମ୍ପନ୍ନ ହୋଇଛି | ଯେଉଁଠାରେ ବର ସୁଦୂର ସାଉଦି ଆରବରେ ଥିବାବେଳେ କନ୍ୟାଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିବାହ କରିଛନ୍ତି | ଆଉ ଏହି ଅନଲାଇନ ବିବାହରେ ୧୦ରୁ ଅଧିକ ଲୋକ ସାକ୍ଷୀ ମଧ୍ୟ ରହିଛନ୍ତି |
ମିଳିଥିବା ସୂଚନା ମୁତାବକ ଜୌନପୁର ସହରର ସିପା ମୋହଲ୍ଲାରେ ରହୁଥିବା କାଜୀ ହାୟାତଙ୍କ ଝିଅ ତେହେରିନ୍ ଜାଇଦିଙ୍କ ବିବାହ ସୁଲତାନପୁରର ଅକିଲ ଅବ୍ବାସ ରିଜଭିଙ୍କ ସହ ହେବ ବୋଲି ବହୁ ପୂର୍ବରୁ ସ୍ଥିର ହୋଇଥିଲା। ଅକିଲ ଅବ୍ବାସ ଏକ ସାଉଦି କମ୍ପାନୀରେ କାମ କରନ୍ତି | ବିବାହ ପାଇଁ ଉଭୟ ପରିବାର ଲୋକ ଲକଡାଉନ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ | ଲକଡାଉନ ସମାପ୍ତ ହୋଇଥିଲେ ବି କରୋନା କଟକଣା ଯୋଗୁଁ ଅକିଲ ସାଉଦି ଆରବରୁ ଫେରିପାରିନଥିଲେ |
/sambad/media/post_attachments/4f3ce7e728e395a0a5d5c435202535530592a71ae0ecf70f586631b84cfcda4a.jpeg)
ଏଭଳି ପରିସ୍ଥିତିରେ ଦୁଇ ପରିବାର ଅନଲାଇନରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଗୁରୁବାର ସନ୍ଧ୍ୟାରେ ୨୫ରୁ ୩୦ ଜଣ ବର ଯାତ୍ରୀ କନ୍ୟାଙ୍କ ଘରେ ପହଂଚିଥିଲେ | ସେପଟେ ସାଉଦି ଆରବରେ ଅକିଲଙ୍କ ସାଙ୍ଗମାନେ ବିବାହର ସମସ୍ତ ପୂର୍ବ ପ୍ରସ୍ତୁତି ସାରିଥିଲେ | ଆଉ ବଡ ପରଦାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିବାହ ସମ୍ପନ୍ନ ହୋଇଥିଲା |