ନୂଆଦିଲ୍ଲୀ : ସୋମବାର ନିର୍ବାଚନ କମିସନ ଏକ ଅନ୍ଲାଇନ୍ ପୋର୍ଟାଲ ଆରମ୍ଭ କରିଛନ୍ତି, ଯେଉଁଥିରେ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ଆୟ, ବ୍ୟୟ ଓ ନିର୍ବାଚନ ଖର୍ଚ୍ଚ ଆଦିର ବିବରଣୀ ପ୍ରଦାନ କରିପାରିବେ। ରାଜନୈତିକ ପାଣ୍ଠି ସଂଗ୍ରହ ଓ ବ୍ୟୟରେ ଅଧିକ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ରକ୍ଷା ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ତେବେ ଯେଉଁ ରାଜନୈତିକ ଦଳଗୁଡ଼ିକ ଅନଲାଇନ ରିପୋର୍ଟ ଦେବାକୁ ରାଜି ହେବେ ନାହିଁ, ସେମାନେ ଏହାର କାରଣ ଦର୍ଶାଇ ହାର୍ଡ କପି ଏବଂ ସିଡି ବା ପେନ୍ଡ୍ରାଇଭ୍ ମାଧ୍ୟମରେ ନିର୍ଦ୍ଦିଷ୍ଟ ଫର୍ମାଟରେ ଆର୍ଥିକ ବିବରଣୀ ପ୍ରଦାନ କରିପାରିବେ ବୋଲି କମିସନ କହିଛନ୍ତି। ଏହାପରେ କମିସନ ସବୁ ରିପୋର୍ଟକୁ ଅନ୍ଲାଇନ୍ ପ୍ରକାଶ କରିବେ।