ଆଜିଠାରୁ ଆରମ୍ଭ ହେଲା ଭାରତୀୟ ସେନାରେ ସାମିଲ ହେବା ପାଇଁ ଇଚ୍ଛୁକ ମହିଳାଙ୍କ ଲାଗି ଅନ୍ ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା

ନୂଆଦିଲ୍ଲୀ: ଆଜିଠାରୁ ଭାରତୀୟ ସେନାରେ ସାମିଲ ହେବା ପାଇଁ ଇଚ୍ଛୁକ ମହିଳାଙ୍କ ଲାଗି ଅନ୍ ଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ସେନାରେ ମହିଳାଙ୍କ ନିଯୁକ୍ତିଲାଗି ଏଭଳି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ୍ କରି ଏହି ବିଷୟରେ ଏହି ବିଷୟରେ ସୂଚନା ଦେଇଛନ୍ତି । ସେନା ପୁଲିସରେ ମହିଳାଙ୍କ ପାଇଁ ୨୦ ପ୍ରତିଶତ ସଂରକ୍ଷଣ ରହିବ ବୋଲି ସେ ଜଣାଇଛନ୍ତି। ପର୍ସନାଲ ବିଲୋ ଅଫିସର ଶ୍ରେଣୀରେ ସେମାନଙ୍କୁ ନିଯୁକ୍ତ କରାଯିବ । ଏଥିରେ ନିଯୁକ୍ତି ପାଇଥିବା ମହିଳା ଅଧିକାରୀମାନେ ଦୁଷ୍କର୍ମ, କମେଣ୍ଟ ପାସ୍ କରିବା ଆଦି ମାମଲାର ତଦନ୍ତ କରିବେ । ପ୍ରଥମେ ୮୦୦ ଜଣ ମହିଳାଙ୍କୁ ଏହି ପଦବୀ ରେ ନିଯୁକ୍ତି ଦିଆଯିବାର ବନ୍ଦୋବସ୍ତ ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ।

photo-jansatta

ଏଠାରେ ସ୍ମରଣ ଯୋଗ୍ୟ ଯେ ଜେନେରାଲ ବିପିନ ରାୱତ ସେନା ପ୍ରମୁଖ ଭାବରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଭାରତୀୟ ସେନାରେ ମହିଳାଙ୍କୁ ସାମିଲ କରିବାପାଇଁ ନିଷ୍ପତି ନେଇଥିଲେ । ପରେ ପ୍ରତିରକ୍ଷା ମନ୍ତ୍ରାଳୟ ଏହାକୁ ଗ୍ରହଣ କରିଥିଲା ।

ସମ୍ବନ୍ଧିତ ଖବର