ନୂଆଦିଲ୍ଲୀ : ଭାରତକୁ ‘ଡିଜିଟାଲ ଇଣ୍ଡିଆ’ ଭାବେ ପରିଗଣିତ କରିବା ଉପରେ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଏହି କ୍ରମରେ ବିଭିନ୍ନ ସରକାରୀ ନିଯୁକ୍ତିଗୁଡିକ ଅନଲାଇନରେ ଉପଲବ୍ଧ କରାଯିବ । ବ୍ୟବସ୍ଥାରେ ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱ କ୍ଷେତ୍ରରେ ବିଶ୍ୱାସ ଆଧାରିତ ସାର୍ବଜନୀନ ସେବା ପ୍ରଦାନକରିବା ପାଇଁ ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ଶ୍ରମ ସୁବିଧା ପୋର୍ଟାଲରେ ଅନଲାଇନ ପଞ୍ଜିକରଣ ଏବଂ ଲାଇସେନସିଂକୁ ବାଧ୍ୟତାମୂଳକ କରିଛନ୍ତି । ବର୍ତ୍ତମାନ ନୂତନ ସଂଶୋଧିତ ‘ବିଲଡିଂ ଏବଂ ଅନ୍ୟ ନିର୍ମାଣ ଶ୍ରମିକ’ (ରୋଜଗାର ଏବଂ ସେବା ସର୍ତ୍ତଗୁଡିକର ବିନିୟମ) କେନ୍ଦ୍ରୀୟ (ସଂଶୋଧନ) ନିମୟମ ୨୦୧୮, ଅଧିସୂଚନା ନମ୍ବର ଜିଏସଆର ୮୩୦(ଇ) ୪ ସେପ୍ଟେମ୍ବର, ୨୦୧୮ ନିଯୁକ୍ତିଦାତାଙ୍କ ପଞ୍ଜିକରଣ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ଶ୍ରମ ସୁବିଧା ପୋର୍ଟାଲରେ ଅନଲାଇନ ପ୍ରତିଷ୍ଠାନଗୁଡିକ ପଞ୍ଜିକରଣ ପାଇଁ ଆବେଦନ ଜରିବା ବାଧ୍ୟତାମୂଳକ ହେବ ଏବଂ ପୋର୍ଟାଲରେ ନିଯୁକ୍ତିଦାତାଙ୍କ ବିଷୟରେ ସୂଚନା ପ୍ରଦାନ କରାଯିବ ।

Advertisment

କଣ୍ଟ୍ରାକ୍ଟ ଲେବର ଡ୍ରାଫ୍ଟ ନିୟମରେ ସଂଶୋଧନ (ବିନିୟମ ଏବଂ ଉନ୍ମୁଳନ) କେନ୍ଦ୍ରୀୟ ବିନିୟମ ୧୯୭୧ ଏବଂ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ସେବା ଏବଂ ରୋଜଗାର ସର୍ତ୍ତର ବିନିୟମ) କେନ୍ଦ୍ରୀୟ ବିନିୟମ, ୧୯୮୦ରେ ଆବେଦନ ଦାଖଲ କରିବା ପାଇଁ ଏବଂ ଅନଲାଇନ ପଞ୍ଜିକରଣ / ଲାଇସେନ୍ସ ପ୍ରମାଣ ପତ୍ର ପ୍ରଦାନ ପାଇଁ ସଂଶୋଧନ ନିୟମ ଶ୍ରମ ସୁବିଧା ପୋର୍ଟାଲରେ ଅଧିସୂଚନା ନମ୍ବର ଜିଏସଆର ୮୨୯(ଇ) ଏବଂ ୮୩୦ (ଇ) ଜରିଆରେ ଭାରତର ରାଜପତ୍ରରେ ଅଧିସୂଚିତ କରାଯାଇଛି । ଅଧିସୂଚନା ନମ୍ବର ଏସ.ଓ. ୪୨୫୯ (ଇ) ଏବଂ ଏସ.ଓ ୪୨୬୦ (ଇ) କୁ ଭାରତର ସରକାରୀ ରାଜପତ୍ରରେ ସେପ୍ଟେମ୍ବର ୪, ୨୦୧୮ରେ ପ୍ରକାଶିତ କରାଯାଇଛି ଯେଉଁଥିରେ ଶ୍ରମ ସୁବିଧା ପୋର୍ଟାଲରେ ପଞ୍ଜିକରଣ ଏବଂ ଲାଇସେନସିଂ ପାଇଁ ଆବେଦନ କରିବାର ବ୍ୟବସ୍ଥା ରହିଛି ।