ମୃତ୍ୟୁ ପରେ ବି ଆପଣ କରିପାରିବେ ପିଣ୍ଡଦାନ !

ନୂଆଦିଲ୍ଲୀ: ମୃତ୍ୟୁ ପରେ ପିଣ୍ଡଦାନ କରାଯାଇଥାଏ | କିନ୍ତୁ ବର୍ତ୍ତମାନ ଲୋକ ଜୀବନ୍ତ ଅବସ୍ଥାରେ ମଧ୍ୟ ପିଣ୍ଡଦାନ କରିବା ଆରମ୍ଭ କରିଦେଲେଣି | ଏଭଳି ପିଣ୍ଡଦାନ କରୁଥିବା ଲୋକଙ୍କୁ ଆଶଙ୍କା ରହିଛି ଯେ କାଳେ ମୃତ୍ୟୁ ପରେ ସେମାନଙ୍କ ପରିବାରର ସଦସ୍ୟଙ୍କ ପାଖରେ ସେମାନଙ୍କ ପିଣ୍ଡଦାନ ପାଇଁ ସମୟ ନଥିବ |

ଆମେ ଆମର ବ୍ୟସ୍ତମୟ ଜୀବନରୁ ବିବାହ ଓ ପାର୍ଟି ପାଇଁ ସମୟ ଦେଇପାରୁଥିବାବେଳେ ନିଜର ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ସମୟ ଦେଇପାରୁନାହାନ୍ତି | ଯାହାକୁ ନେଇ ଏବେ ଅନଲାଇନ ପିଣ୍ଡଦାନ ଭଳି ବ୍ୟବସ୍ଥା ଆରମ୍ଭ ହୋଇଯାଇଛି | ଏଥିରେ ଆପଣଙ୍କୁ ଜୀବନ୍ତ ଅବସ୍ଥାରେ କେବଳ ଫର୍ମ ପୂରଣ କରିବାକୁ ପଡିବ | ପିଣ୍ଡଦାନ ପାଇଁ ଧାର୍ଯ୍ୟ କରାଯାଇଥିବା ୨୦ହଜାର ଟଙ୍କା ଅଗ୍ରୀମ ଭାବେ ଦେବାକୁ ପଡିବ |

ଏହାପରେ ଆପଣଙ୍କ ମୃତ୍ୟୁ ପରେ ଆପଣଙ୍କ ପିଣ୍ଡଦାନ ହୋଇଯିବ | ଅନେକ ବେସରକାରୀ ସଂସ୍ଥା ଏଭଳି ଅନଲାଇନ ପିଣ୍ଡଦାନ ବୁକିଂ ଆରମ୍ଭ କରିଥିବାବେଳେ ବିହାର ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଏବେ ଏଭଳି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି | ତେବେ ଅନଲାଇନ ବୁକିଂ କରୁଥିବା କିଛି ବ୍ୟକ୍ତି କୁହନ୍ତି ଯେ ସେମାନଙ୍କ ସନ୍ତାନଙ୍କ ଉପରେ ଭରସା ନାହିଁ | କାଳେ ସେମାନଙ୍କ ମୃତ୍ୟୁ ପରେ ପରବର୍ତ୍ତୀ ପିଢ଼ି ପିଣ୍ଡଦାନ କରିବେ ନାହିଁ |

ସମ୍ବନ୍ଧିତ ଖବର