ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ି ଚାଲିଥିଲେ ମଧ୍ୟ ସରକାରଙ୍କ କୋଭିଡ୍ ରଣନୀତିର କେତେକ ସୁଫଳ ଦେଖିବାକୁ ମିଳିଛି। ଦେଶରେ ସେତେ ଖରାପ୍ ସ୍ଥିତି ଉପୁଜିନାହିଁ। ଦେଶବାସୀଙ୍କୁ ଆଶ୍ବାସନା ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି କହିଛନ୍ତି ଯେ, ଦେଶରେ ଏବେ କେବଳ ୨ ପ୍ରତିଶତରୁ କମ୍ ରୋଗୀ ଆଇସିୟୁରେ ରହିଛନ୍ତି। ମୋଟ ସକ୍ରିୟ ମାମଲାର ୦.୩୫ ପ୍ରତିଶତ କୋଭିଡ ରୋଗୀ ଭେଣ୍ଟିଲେଟରରେ ଥିବା ବେଳେ ଆଇସିୟୁରେ ୧.୯୪ ପ୍ରତିଶତ ରୋଗୀ ଅଛନ୍ତି। ଅକ୍ସିଜେନ୍ ବେଡ୍ରେ ୨.୮୧ ପ୍ରତିଶତ ରୋଗୀ ରହିଛନ୍ତି।
କରୋନା ମହାମାରୀ ବିରୋଧରେ ଭାରତ ସଫଳତାର ସହ ଲଢ଼ୁଛି । ଦେଶରେ ଟେଷ୍ଟିଂ ମଧ୍ୟ ବୃଦ୍ଧି କରାଯାଇଛି। ଜାନୁଆରିରେ ଦେଶରେ କରୋନା ଟେଷ୍ଟ୍ ପାଇଁ ଗୋଟିଏ ଲ୍ୟାବ୍ ଥିବାବେଳେ ଏବେ ଏହା ୧୨୩୪ରେ ପହଞ୍ଚିଛି। ଆସନ୍ତା ୧୨ ସପ୍ତାହ ମଧ୍ୟରେ ଭାରତର ଟେଷ୍ଟିଂ କ୍ଷମତା ଆହୁରି ବୃଦ୍ଧି ହେବ ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ବିଶ୍ବରେ ଆମେରିକା ପରେ ଭାରତ ସର୍ବାଧିକ କୋଭିଡ୍ ଟେଷ୍ଟ୍ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩ ଲକ୍ଷ ୩୩ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଛି। ଅଧିକ ଟେଷ୍ଟିଂ ପାଇଁ ଭାରତରେ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କିନ୍ତୁ କରେନାକୁ ଭାରତ ଅତ୍ୟନ୍ତ ଭଲଭାବେ ମୁକାବିଲା କରିପାରିଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ଭାରତରେ ଏବେ କୋଭିଡ ଚିକିତ୍ସା ପାଇଁ ୪୬,୬୭୩ ଆଇସିୟୁ ବେଡ୍ ରହିଥିବା ବେଳେ ୨୧,୮୪୮ ଭେଣ୍ଟିଲେଟର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Coronavirus_PTI_2.jpg)