ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ବିରୋଧୀଙ୍କୁ ଅମିତ ଶାହା ନିକଟରେ ଶ୍ୱାନ ଓ ନେଉଳ ବୋଲି କହିଥିବା କଥାର ଜବାବ ଦେଇଛନ୍ତି ରାହୁଲ ଗାନ୍ଧୀ। ରାହୁଲ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଦେଶରେ କେବଳ ମୋଦି ଓ ଶାହା ଦୁଇ ଜଣ ମଣିଷ ଅଛନ୍ତି। କର୍ଣ୍ଣାଟକ ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି କି ଏହା ବିଜେପିର ମାନସିକତା ସୂଚାଉଛି।
/sambad/media/post_attachments/wp-content/uploads/2018/04/rahul-modi-300x200.jpg)
ସେହିପରି ମୋଦି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ସେ କହିଛନ୍ତି। ଦଳିତଙ୍କୁ ସୁରକ୍ଷା ପ୍ରସଙ୍ଗ, ଦେଶର ଅର୍ଥନୀତି ସହ ସୀମା ସୁରକ୍ଷା କରିବାରେ ମଧ୍ୟ ମୋଦି ସରକାର ଫେଲ ହୋଇଛି। ବ୍ୟାଙ୍କକୁ ଚୁନା ଲଗାଇ ଫେରାର ହୋଇଥିବା ନୀରବ ମୋଦି ଓ ମେହୁଲ ଚୋକସିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସଂପର୍କ ଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଆଗକୁ ମଧ୍ୟ ଧନୀକଙ୍କୁ ମୋଦି ଫାଇଦା ପହଁଚାଇବା ସମ୍ଭାବନା ରହିଛି। ରାଫେଲ ଡିଲରେ ବଡ ଘୋଟାଲା ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ନିରବତା ହିଁ ପ୍ରମାଣ କରୁଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/dc-Cover-9geddqpj443o7nf5jhgj1141s4-20160215133733.Medi_.jpeg)