ଧାରା ୩୭୦ ଉଚ୍ଛେଦ ହେବା ପରେ ମାତ୍ର ଦୁଇ ଜଣ ଜମ୍ମୁକଶ୍ମୀରରେ କିଣିଛନ୍ତି ଜମି: ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଜମି କ୍ରୟ/ବିକ୍ରୟ କରିବାର ନିୟମକୁ କୋହଳ କରାଯାଇଛି | ତେବେ ନିୟମ କୋହଳ ପରେ ବି ମାତ୍ର ଦୁଇ ଜଣ ଲୋକ ହିଁ ଜମି କିଣିଛନ୍ତି | ଏହି ଦୁଇ ଜଣ ଜମ୍ମୁକଶ୍ମୀରର ହୋଇନଥିବା କେନ୍ଦ୍ର ସରକାର କହିଛନ୍ତି | କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ଜମ୍ମୁକଶ୍ମୀର ସରକାର ଦେଇଥିବା ସୂଚନା ଅନୁଯାୟୀ ଅଗଷ୍ଟ ୨୦୧୯ଠାରୁ ରାଜ୍ୟ ବାହାରର ଦୁଇଜଣ ବ୍ୟକ୍ତି ସମ୍ପତ୍ତି କ୍ରୟ କରିଛନ୍ତି।

ସୂଚନା ଥାଉ କି ଯେ ଦେଶ ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ଦ୍ୱିତୀୟ ବାର୍ଷିକୀ ପାଳନ କରିଛି। ଅଗଷ୍ଟ ୫, ୨୦୧୯ରେ, ଜମ୍ମୁକଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ଧାରା ୩୭୦ ଉଚ୍ଛେଦ କରାଯାଇଥିଲା। କେନ୍ଦ୍ରର ମୋଦୀ ସରକାର ମଧ୍ୟ ଜମ୍ମୁକାଶ୍ମୀରକୁ ଦୁଇଟି ୟୁନିଅନ (ଜମ୍ମୁକଶ୍ମୀର ଏବଂ ଲଦାଖ) ରେ ବିଭକ୍ତ କରିବାକୁ ଘୋଷଣା କରିଥିଲେ। ଜମ୍ମୁକଶ୍ମୀର ବାହାର ଲୋକଙ୍କୁ କଶ୍ମୀରରେ ଅଣ-ଚାଷ ଜମି କିଣିବାକୁ କେନ୍ଦ୍ର ସରକାର ଅନୁମତି ଦେଇସାରିଛନ୍ତି।

ଏହା ପୂର୍ବରୁ କେବଳ ଜମ୍ମୁକଶ୍ମୀରର ଲୋକମାନେ ଏହା କିଣିପାରୁଥିଲେ । କେବଳ ଏତିକି ନୁହେଁ, ଯଦି ଜଣେ ଅନ୍ୟ ରାଜ୍ୟର ପୁରୁଷ ଜମ୍ମୁକଶ୍ମୀରର ଜଣେ ଝିଅକୁ ବିବାହ କରିଛନ୍ତି ତେବେ ସେ ସ୍ଥାୟୀ ଭାବେ ରହିପାରିବେ | ଜମ୍ମୁକଶ୍ମୀରରେ ସ୍ଥାନୀୟ ବାସିନ୍ଦା ହେବାର ନିୟମ ପରିବର୍ତ୍ତନ କରାଯାଇଥିବାବେଳେ ପୂର୍ବରୁ ଏଭଳି ଘଟଣାରେ ମହିଳାଙ୍କ ସ୍ୱାମୀ ଏବଂ ପିଲାମାନଙ୍କୁ ଜମ୍ମୁ-କଶ୍ମୀରର ସ୍ଥାୟୀ ବାସିନ୍ଦା ଭାବରେ ବିବେଚିତ କରାଯାଉନଥିଲା |

ସମ୍ବନ୍ଧିତ ଖବର