୩୮ ନିୟୁତ ମାସ୍କ ଦରକାର, ଭାରତରେ ଅଛି ମାତ୍ର ୨୫%

ନୂଆଦିଲ୍ଲୀ: ଭାରତରେ ୩୮ ନିୟୁତ ମାସ୍କ ଏବଂ ୬.୨ ନିୟୁତ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଆବଶ୍ୟକ। ବିଭିନ୍ନ କମ୍ପାନିଗୁଡ଼ିକୁ ଏହାର ତ୍ବରିତ ଯୋଗାଣ ପାଇଁ କୁହାଯାଇଛି ବୋଲି ଦେଶର ଇନଭେଷ୍ଟମେଣ୍ଟ୍‌ ଏଜେନ୍ସି ରିପୋର୍ଟରୁ ଜଣାପଡ଼ିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ମାସ୍କର ଆବଶ୍ୟକତା ବି ବଢ଼ୁଛି। ଇନଭେଷ୍ଟ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଏହା ୭୩୦ କମ୍ପାନିକୁ ଭେଣ୍ଟିଲେଟର, ଆଇସିୟୁ ମନିଟର, ମାସ୍କ ଏବଂ ‌ଟେଷ୍ଟିଂ କିଟ୍‌ ପାଇଁ ଯୋଗା‌ଯୋଗ କରାଯାଇଛି। ଭାରତରେ ୩୮ ନିୟୁତ ମାସ୍କ ଦରକାର ଥିବାବେଳେ ଏହାର ମାତ୍ର ୨୫ ପ୍ରତିଶତ ମାସ୍କ ଦେଶରେ ଥିବା ଅତ୍ୟନ୍ତ ଚିନ୍ତାଜନକ। ଭାରତରେ କରୋନାକୁ ହରାଇବାକୁ ଡାକ୍ତରଙ୍କଠାରୁ ଆରମ୍ଭ କରି ନର୍ସ, ଆଶାକର୍ମୀ ସମସ୍ତେ ଉଦ୍ୟମ କରିଚାଲିଛନ୍ତି । ତେବେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ମହଜୁଦ ଥିବା ମାସ୍କ ଆଦି ଯଥେଷ୍ଟ ହେଉନାହିଁ ।

ଏହି ଜରୁରୀ ସମୟରେ ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ପକ୍ଷରୁ ଏନ-୯୯ ମାସ୍କ ଓ ଥ୍ରୀ-ଲେୟର ମାସ୍କ ନିର୍ମାଣ କରାଯାଇଛି ।  ଇତି ମଧ୍ୟରେ ୨୦ ହଜାର ମାସ୍କ ନିର୍ମାଣ କରାଯାଇ ବିଭିନ୍ନ ସରକାରୀ ଏଜେନ୍ସିମାନଙ୍କୁ ପ୍ରଦାନ କରାଯାଇଛି ବୋଲି ଡିଆରଡିଓ ଅଧ୍ୟକ୍ଷ ଜି.ସତୀସ ରେଡ୍ଡୀ କହିଛନ୍ତି  । ଦେଶରେ କରୋନାଭାଇରସ ମୁକାବିଲା ବେଳେ ଡିଆରଡିଓର ଏସବୁ ଉଦ୍ଭାବନ ବେଶ ଉପଯୋଗୀ ହେବ ବୋଲି ମନେକରାଯାଉଛି ।

ସମ୍ବନ୍ଧିତ ଖବର