ନୂଆଦିଲ୍ଲୀ: ‘ହର ଘର ଦସ୍ତକ’ ଅଭିଯାନ ଆରମ୍ଭ ହୋଇଥିଲେ ସୁଦ୍ଧା ଟିକାକରଣ ଅଭିଯାନ ଅଧୀନରେ କେବଳ ପ୍ରଥମ ଡୋଜ୍ ଟିକାକରଣରେ ୫.୯ ପ୍ରତିଶତ ବୃଦ୍ଧି ହୋଇଛି ଏବଂ ଦ୍ବିତୀୟ ଡୋଜ୍ ଟିକାକରଣରେ ୧୧.୭ ପ୍ରତିଶତ ବୃଦ୍ଧି ହୋଇଛି। ତଥ୍ୟରୁ ଏହା ଜଣାପଡ଼ିଛି ଯେ, କେବଳ ୪୯ ପ୍ରତିଶତ ଲୋକ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଦେଶରେ ମୋଟ୍ ଟିକାକରଣ ୧୨୫ କୋଟି ଅତିକ୍ରମ କରିଛି। ୭୯.୧୩ କୋଟି ହିତାଧିକାରୀ ପ୍ରଥମ ଡୋଜ୍ ନେଇଥିବା ବେଳେ ୪୫.୮୨ କୋଟି ହିତାଧିକାରୀ ଦ୍ବିତୀୟ ଡୋଜ୍ ନେଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛନ୍ତି।
୧୮-୪୪ ବର୍ଷ ମଧ୍ୟରେ ୪୬,୨୮,୧୪,୭୮୧ ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ୨୩,୩୮,୭୨,୩୨୫ ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ୪୫-୫୯ ବର୍ଷ ମଧ୍ୟରେ ୧୮,୫୭,୫୦,୮୫୯ ଜଣ ପ୍ରଥମ ଡୋଜ୍ ନେଇଛନ୍ତି। ଏହି ବୟସ ସୀମାରେ ୨୩,୩୮,୭୨,୩୨୫ ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ୪୫-୫୯ ବର୍ଷ ମଧ୍ୟରେ ୧୮,୫୭,୫୦,୮୫୯ ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ୧୨, ୩୩,୧୯,୮୭୬ ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ବ ୮,୦୬,୧୦,୮୪୩ ଜଣ ଦ୍ବିତୀୟ ଡୋଜ୍ ନେଇଥିବା ବେଳେ ୧୧,୬୩,୧୦,୮୪୭ ଜଣ ପ୍ରଥମ ଡୋଜ୍ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ୧୩୮ କୋଟି ଟିକା ଡୋଜ୍ ଦିଆଯାଇଛି।
୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ବୈଜ୍ଞାନିକଙ୍କ ପରାମର୍ଶ
୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ କରୋନା ଟିକାର ବୁଷ୍ଟର ଡୋଜ୍ ଦେବାପାଇଁ ଭାରତର ପ୍ରମୁଖ ଜିନୋମ ବୈଜ୍ଞାନିକମାନେ ମତ ଦେଇଛନ୍ତି। ଏଥିରେ ପୁଣି ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଯେଉଁମାନଙ୍କ ଠାରେ ବିଭିନ୍ନ ପ୍ରକାର ଜଟିଳ ରୋଗ ରହିଛି ସେମାନଙ୍କୁ ବୁଷ୍ଟର ଡୋଜ୍ ଦେବାରେ ଅଗ୍ରାଧିକାର ଦେବାଲାଗି କହିଛନ୍ତି। ଓମିକ୍ରନ ପ୍ରଜାତିର ଭୂତାଣୁକୁ ନିଷ୍ପ୍ରଭ କରିବା ଲାଗି ବର୍ତ୍ତମାନର ଟିକା ଦ୍ବାରା ସୃଷ୍ଟ ଆଣ୍ଟିବଡି ଯଥେଷ୍ଟ ହେବନାହିଁ। ତେଣୁ ବୁଷ୍ଟର ଡୋଜ ଦେବାର ଆବଶ୍ୟକତା ରହିଛି।
ଇଣ୍ଡିଆନ ସାର୍ସ-କୋଭ୍-୨ ଜିନୋମିକ୍ସ ସିକ୍ବେନସିଂ କନସୋର୍ଟିୟମ (ଆଇଏନଏସଏସିଓଜି) ପକ୍ଷରୁ ପ୍ରକାଶିତ ସାପ୍ତାହିକ ବୁଲେଟିନରେ ଏହା କୁହାଯାଇଛି। ଟିକା ନନେଇ ବିପଦ ବର୍ଗରେ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ଟିକା ଦେବା ସହିତ ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଯେଉଁମାନଙ୍କର ବିଭିନ୍ନ ପ୍ରକାର ଜଟିଳ ରୋଗ ରହିଛି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ବୁଷ୍ଟର ଦେବାକୁ ପରାମର୍ଶ ଦିଆଯାଇଛି। ମହାମାରୀ ଉପରେ ଲୋକସଭାରେ ଆଲୋଚନା ସମୟରେ ସାଂସଦମାନେ ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବା ଉପରେ ଆଲୋଚନା କରୁଥିବା ବେଳେ ଆଇଏନଏସଏସିଓଜି ଏହି ସୁପାରିସ କରିଛି। ଜିନୋମିକ ସର୍ଭେଲାନ୍ସ କରିବା ଦ୍ବାରା ଲୋକଙ୍କ ଠାରେ ଏହି ପ୍ରଜାତିର ଭୂତାଣୁ ଆଗୁଆ ଚିହ୍ନଟ ହୋଇପାରିବ। ଜନସ୍ବାସ୍ଥ୍ୟ ପରିଚାଳନା ଦୃଷ୍ଟିରୁ ଏହା ଅତ୍ୟନ୍ତ ଆବଶ୍ୟକ। ଏଥିସହିତ ଓମିକ୍ରନ ଭୂତାଣୁ ଠାବ ହୋଇଥିବା ଅଞ୍ଚଳକୁ ଲୋକଙ୍କ ଯାତାୟତ ଉପରେ ମଧ୍ୟ କଡ଼ ନଜର ରଖିବା, ଟେଷ୍ଟିଂ ବଢ଼ାଇବା ଆଦି ପାଇଁ ବିଶେଷଜ୍ଞମାନେ ସୁପାରିସ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/11-3.jpg)