କେବଳ କୋଭିଡ୍-୧୯ ଟିକା ହିଁ ସ୍ବାଭାବିକତା ଫେରାଇ ଆଣିବ: ଜାତିସଂଘ ମୁଖ୍ୟ

ଜାତିସଂଘ: କେବଳ କୋଭିଡ୍‌-୧୯ ଟିକା ହିଁ ସ୍ବାଭାବିକତା ଫେରାଇ ଆଣି ପାରେ ବୋଲି ବୁଧବାର ଦିନ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗଟେରେସ୍ କହିଛନ୍ତି। ଟିକା ଏ ବର୍ଷ ଶେଷ ସୁଦ୍ଧା ଉଦ୍ଭାବନ ହୋଇଯିବ ବୋଲି ଏଥିସହ ସେ ଆଶା ବ୍ୟକ୍ତ କରିଛନ୍ତି।

ଜାତିସଂଘର ସଦସ୍ୟ ହୋଇଥିବା ପ୍ରାୟ ପଚାଶଟି ଆଫ୍ରିକୀୟ ଦେଶ ସହ ଭିଡିଓ କନ୍‌‌ଫରେନ୍‌ସିଙ୍ଗ୍‌ ସମୟରେ ସେ କହିଛନ୍ତି ଯେ ନିରାପଦ ଏବଂ ଫଳପ୍ରଦ ଟିକା ହେଉଛି ଏକ ମାତ୍ର ଉପକରଣ ଯାହା ନିୟୁତ ନିୟୁତ ଜୀବନ ଓ ଟ୍ରିଲିୟନ୍ ଟ୍ରିଲିୟନ୍ ଡଲାର୍‌ ରକ୍ଷା କରି ବିଶ୍ବକୁ ପୁଣି ସ୍ବାଭାବିକତାର ବାତାବରଣ ମଧ୍ୟକୁ ଫେରାଇ ନେବ।

Image Courtesy of AFP

ଏହି ଟିକା ତୁରନ୍ତ ବିକଶିତ ହେବା ସହ ସମସ୍ତଙ୍କୁ ମିଳିବା ଆବଶ୍ୟକ ବୋଲି ସେ ଆହ୍ବାନ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଏହି ଟିକାର ସାର୍ବଜନୀନ ତଥା ‌ଜାଗତିକ କଲ୍ୟାଣ ରହିବା ଉଚିତ ଯାହା ଦ୍ବାରା ଆମେ ଏହି ମହାମାରୀକୁ ନିୟନ୍ତ୍ରଣ କରିପାରିବା।

ସେ ପୁଣି କହିଛନ୍ତି କି, ଏହି ମହାମାରୀର ମୁକାବିଲା ନିମନ୍ତେ ଜାତିସଂଘକୁ ୨ ବିଲିୟନ୍ ଡଲାର୍ ଅନୁଦାନ ଦେବା ନିମନ୍ତେ ସେ ମାର୍ଚ ୨୫ ତାରିଖ ଦିନ ନିବେଦନ କରିଥିଲେ। କିନ୍ତୁ, ଏ ପର୍ଯ୍ୟନ୍ତ ତା’ର ୨୦% ମାତ୍ର ସଂଗ୍ରହ ହୋଇପାରିଛି।

ସେ କହିଛନ୍ତି ଯେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଜରିଆରେ ଜାତିସଂଘ ୪୭ଟି ଆଫ୍ରିକୀୟ ଦେଶରେ କୋଭିଡ୍-୧୯ ପରୀକ୍ଷା କରାଇବାରେ ସମର୍ଥ ହୋଇଛି।

ସମ୍ବନ୍ଧିତ ଖବର