ଚଳିତ ମାସରୁ କେବଳ ଆଧାର ଲିଙ୍କ୍‌ ହୋଇଥିବା ବ୍ୟାଙ୍କ ଖାତାକୁ ଯିବ ପିଏମ୍‌-କିଷାନ ଯୋଜନାର ଅର୍ଥ

ନୂଆଦିଲ୍ଲୀ : ଚଳିତ ଡିସେମ୍ବର ମାସଠାରୁ କେବଳ ଆଧାର ଲିଙ୍କ୍‌ ହୋଇଥିବା ବ୍ୟାଙ୍କ ଖାତାରେ ପ୍ରଧାନମନ୍ତ୍ରୀ କିଷାନ(ପିଏମ-କିଷାନ) ଯୋଜନାର ଅର୍ଥ ପ୍ରେରଣ କରାଯିବ । ଆଜି ଲୋକସଭାରେ ଏ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

ପିଏମ-କିଷାନ ଯୋଜନାରେ ସରକାର ଦେଶର ପ୍ରାୟ ୧୪ କୋଟି ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଲେଖାଏଁ ୩ଟି କିସ୍ତିରେ ପ୍ରଦାନ କରୁଛନ୍ତି । ଏହି ଅର୍ଥ ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଉଛି । ନଭେମ୍ବର ୩୦ ସୁଦ୍ଧା ଏହି ସ୍କିମରେ ପ୍ରାୟ ୭.୬୦ କୋଟି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମୋଟ ୩୫,୮୮୨ କୋଟି ଟଙ୍କା ପ୍ରେରଣ କରାଯାଇଛି ବୋଲି କୃଷିମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ ପିଏମ-କିଷାନ ଯୋଜନାରେ ଏବେ ମଧ୍ୟ ଚାଷୀମାନଙ୍କୁ ପଂଜୀକରଣ କରାଯାଉଛି । ରାଜ୍ୟମାନଙ୍କଠାରୁ ତଥ୍ୟମିଳିବା ପରେ ତାହାକୁ ଯାଞ୍ଚ କରାଯାଇ ଚୂଡ଼ାନ୍ତ ତାଲିକାରେ ସାମିଲ କରାଯାଉଛି । ପିଏମ-କିଷାନ ଯୋଜନାର ପ୍ରଥମ କିସ୍ତି ( ଡିସେମ୍ବର ୨୦୧୮-ମାର୍ଚ୍ଚ ୨୦୧୯) ପାଇଁ ବ୍ୟାଙ୍କ ଖାତାରେ ଆଧାର ଲିଙ୍କ୍‌କୁ ବାଧ୍ୟତାମୂଳକ କରାଯାଇନଥିଲା । ପରେ ଦ୍ୱିତୀୟ କିସ୍ତି ପାଇଁ ମଧ୍ୟ ଆଧାର ଲିଙ୍କ୍‌କୁ ବାଧ୍ୟତାମୂଳକ କରାଗଲାନାହିଁ । ତେବେ ନଭେମ୍ବର ୩୦ରେ ସମୟସୀମା ଶେଷ ହୋଇଛି ।

ସମ୍ବନ୍ଧିତ ଖବର