ନୂଆଦିଲ୍ଲୀ: ଦେଶର ତୃତୀୟ ବଡ଼ ଧନୀ ତଥା ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଧନୀ ତାଲିକାରେ ତାଙ୍କ ନାମ କେବଳ ଗଣମାଧ୍ୟମର ପ୍ରଚାର। ସେ କହିଲେ, ମୁଁ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ମୋତେ ସବୁ କିଛି ମୂଳରୁ ଆରମ୍ଭ କରିବାକୁ ପଡ଼ୁଛି।

Advertisment

ମୁଁ ଆହ୍ବାନର ମୁକାବିଲାରେ ରୋମାଞ୍ଚିତ ହୁଏ। ଆହ୍ବାନ ଯେତେ ବଡ଼ ମୋତେ ସେତେ ଖୁସି ଲାଗେ। କୌଣସି ସମ୍ପତ୍ତି ତାଲିକାରେ ସ୍ଥାନ ପାଇବା ବଦଳରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା, ଅଭିବୃଦ୍ଧିରେ ସହାୟକ ହେବା ଏବଂ ରାଷ୍ଟ୍ର ଗଠନ କରିବାର ସୁଯୋଗ ଓ ଦକ୍ଷତା ମୋ ପାଇଁ ଅଧିକ ସନ୍ତୋଷଜନକ ଏବଂ ଗୁରୁତ୍ବପୂର୍ଣ୍ଣ। ଏହି ଅବସରରେ ସେ ଏନ୍‌ଡିଟିଭି ଅଧିଗ୍ରହଣ ସମ୍ପର୍କରେ ମଧ୍ୟ ନିଜ ମତ ରଖିଛନ୍ତି। ସେ କହିଛନ୍ତି ଯେ ଏକ ଏନ୍‌ଡିଟିଭି ଏକ ବିଶ୍ବାସନୀୟ, ସ୍ବାଧୀନ ଏବଂ ବିଶ୍ବସ୍ତରୀୟ ନେଟ୍‌ୱର୍କ ହୋଇରହିବ। ପରିଚାଳନା କର୍ତୃପକ୍ଷ ଏବଂ ସମ୍ପାଦନା ଭିତରେ ସ୍ପଷ୍ଟ ଲକ୍ଷ୍ମଣରେଖା ରହିବ।