ଏମ୍ଏସ୍ଏମ୍ଇ ପଞ୍ଜୀକରଣ ପାଇଁ ଏବେ କେବଳ ପ୍ୟାନ ଓ ଆଧାରକାର୍ଡ ଆବଶ୍ୟକ

ନୂଆଦିଲ୍ଲୀ: ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥା (ଏମ୍ଏସ୍ଏମ୍ଇ) ପାଇଁ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକୃତ କରିଛନ୍ତି ସରକାର | ଏବେ ଏମ୍ଏସ୍ଏମ୍ଇକୁ ପଞ୍ଜୀକରଣ ପାଇଁ କେବଳ ପ୍ୟାନ ଏବଂ ଆଧାର ପ୍ରଦାନ କରିବାକୁ ପଡିବ। ସଡକ ପରିବହନ ଏବଂ ରାଜପଥ ଏବଂ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତିନ ଗଡକରୀ ଏମଏସଏମଇ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରାଯାଇଥିବା ନେଇ ଘୋଷଣା କରିଛନ୍ତି। ଏସଏମଇଷ୍ଟ୍ରିଟ ଗେମ ଚେଞ୍ଜରସ ଫୋରମର ଏକ ୱେବିନାରକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବର୍ତ୍ତମାନ ଏମଏସଏମଇ ପଞ୍ଜୀକରଣ ପାଇଁ କେବଳ ପ୍ୟାନ ଏବଂ ଆଧାର ଆବଶ୍ୟକ ହେବ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଜୀକୃତ ହେବା ପରେ ଏମଏସଏମଇ ୟୁନିଟକୁ ପ୍ରାଥମିକତା ଦିଆଯିବ ଏବଂ ଅର୍ଥ ମିଳିବ। ଉଦ୍ୟୋଗୀ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଦିଗରେ ଛୋଟ ୟୁନିଟ୍ ଗୁଡିକୁ ତାଲିମ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଏ ନେଇ ଏମଏସଏମଇ ମନ୍ତ୍ରାଳୟର ସମ୍ପୂର୍ଣ୍ଣ ସମର୍ଥନ ନିଶ୍ଚିତ କରିବା ସହ ବ୍ୟାଙ୍କ ଏବଂ ଏନବିଏଫସି ମଧ୍ୟ ଛୋଟ ବ୍ୟବସାୟକୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଏମଏସଏମଇଗୁଡ଼ିକର ଗୁରୁତ୍ୱ ବିଷୟରେ ମନ୍ତ୍ରୀ କହିଛନ୍ତି ଯେ, ଉଦ୍ୟୋଗୀତା ବୃଦ୍ଧି ଏବଂ ବଡ଼ ରୋଜଗାରର ସୁଯୋଗ ସୃଷ୍ଟି କରି ଦେଶର ଅର୍ଥନୈତିକ ଏବଂ ସାମାଜିକ ବିକାଶରେ ଏମଏସଏମଇଗୁଡ଼ିକ ଯଥେଷ୍ଟ ଅବଦାନ କରନ୍ତି |

ସମ୍ବନ୍ଧିତ ଖବର