କେବଳ ପୁଲଓ୍ଵାମା ଆକ୍ରମଣ ଭଳି ପରିସ୍ଥିତି ମହାରାଷ୍ଟ୍ର ନିର୍ବାଚନରେ ବିଜେପିକୁ ଜିତାଇ ପାରିବ : ଶରଦ ପଓ୍ଵାର

ମୁମ୍ବାଇ : ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ନିଜର ବିବାଦୀୟ ବୟାନ ରଖିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ଦଳର ମୁଖ୍ୟ ଶରଦ ପଓ୍ଵାର । ସାମ୍ବାଦିକମାନଙ୍କୁ ନିଜର ବୟାନ ଦେଇ ସେ କହିଛନ୍ତି, କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ସରକାର ଉପରେ ମହାରାଷ୍ଟ୍ରର ଜନତା ଖୁସି ନଥିବା ବେଳେ ସେଠାରେ ବିଜେପି ସରକାର ଗଢ଼ିବା ଅସମ୍ଭବ । କେବଳ ପୁଲଓ୍ଵାମା ଭଳି ଘଟଣା ହିଁ ସେମାନଙ୍କୁ ନିର୍ବାଚନ ଜିତାଇ ପାରିବ ବୋଲି କହିଛନ୍ତି ଶରଦ ପଓ୍ଵାର ।

ତାଙ୍କ ଅନୁଯାୟୀ, ମହାରାଷ୍ଟ୍ରବାସୀଙ୍କ ବିଜେପି ଉପରେ ଯେତିକି ଅସନ୍ତୋଷ ଭାବନା ରହିଛି, ସେଭଳି ପରିସ୍ଥିତିରେ ବିଜେପିର ଜିତିବା ଅସମ୍ଭବ । କିନ୍ତୁ ପୁଲଓ୍ଵାମା ଆକ୍ରମଣକୁ ଆଧାର କରି ବିଜେପି ଯେମିତି ଲୋକସଭା ନିର୍ବାଚନରେ ଭୋଟ୍‌ ହାତେଇଥିଲା, କେବଳ ସେହିଭଳି ପରିସ୍ଥିତି ହିଁ ବିଜେପିକୁ ହାରିବାରୁ ବଞ୍ଚାଇ ପାରିବ ବୋଲି ଶରଦ ପଓ୍ଵାର ମତ ରଖିବା ପରେ ତାଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Image result for only-pulwama-attack-like-situation-can-help-bjp-in-maharashtra-elections-sharad-pawar
Moneycontrol

ସୂଚନା ମୁତାବକ, ମହାରାଷ୍ଟ୍ର ଓ ହରିୟାଣାରେ ଅକ୍ଟୋବର ୨୧ରେ ମତଦାନ କରାଯିବ ବୋଲି ନିର୍ବାଚନ କମିସନ ଘୋଷଣା କରିଛନ୍ତି । ଅକ୍ଟୋବର ୪ ପର୍ଯର୍୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହେବା ସହ ଅକ୍ଟୋବର ୨୪ରେ ଭୋଟ୍‌ ଗଣତି ହେବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର