ନୂଆଦିଲ୍ଲୀ: ତିନି କୃଷି ଆଇନକୁ ରଦ୍ଦ କରାଯିବ ବୋଲି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବା ପରେ କଂଗ୍ରେସ ନେତା ପି. ଚିଦମ୍ବର ଶାସକ ‘ବିଜେପି’କୁ ସମାଲୋଚନା କରି କହିଛନ୍ତି, କେବଳ ‘ବିଜେପି’ ଶାସନରେ କ୍ୟାବିନେଟ୍‌ର ବିନା ମଞ୍ଜୁରିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଏ।

Advertisment

ଆଜି ଟୁଇଟର୍‌ରେ ପି. ଚିଦମ୍ବରମ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉଦ୍ଦେଶ୍ୟ କରି କହିଛନ୍ତି, କ୍ୟାବିନେଟ୍‌ ବୈଠକରେ ଆଲୋଚନା ନ କରି ସେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେ ଲେଖିଛନ୍ତି, ଆପଣମାନେ ଲକ୍ଷ୍ୟ କରିଛନ୍ତି, କ୍ୟାବିନେଟ୍‌ ବୈଠକ ନ କରି କେମିତି ପ୍ରଧାନମନ୍ତ୍ରୀ ଏକଥା ଘୋ‌ଷଣା କରି ପକାଇଲେ? କେବଳ ‘ବିଜେପି’ ଶାସନରେ ହିଁ କ୍ୟାବିନେଟ୍‌ ମଞ୍ଜୁରି ବିନା ଆଇନ ତିଆରି ହୁଏ ଏବଂ ରଦ୍ଦ କରାଯାଏ।

publive-image Image Courtesy of Tribune India

ଏହା ବ୍ୟତିରେକେ, ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଟୁଇଟ୍‌ କରି ପ୍ରତିକ୍ରିୟା ଦେଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ‘ବିଜେପି’ର ଜାତୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି।

ଚିଦମ୍ବରମ୍‌ କହିଛନ୍ତି, ଉଲ୍ଲେଖନୀୟ ସର୍ବସାଧାରଣ ବ୍ୟାପାର ପରିଚାଳନା ଦର୍ଶାଇ ଗୃହମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ପ୍ରଶଂସା କରିଥିଲେ। ‘ବିଜେପି’ ଅଧ୍ୟକ୍ଷ କହିଥିଲେ ଯେ, କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଖୁବ୍‌ ଯତ୍ନବାନ୍‌। ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ, କୃଷକମାନଙ୍କର କଲ୍ୟାଣ କଥା ବିଚାର କରି ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଗତ ୧୫ ମାସ ହେବ ଉପରୋକ୍ତ ସୁଯୋଗ୍ୟ ନେତା ଏବଂ ସେମାନଙ୍କର ବିଜ୍ଞ ଉପଦେଶାବଳୀ କେଉଁଠି ଥିଲେ?