ଭାରତ ସହ ଶାନ୍ତିପ୍ରତିଷ୍ଠା ପାକିସ୍ତାନର ଦାୟିତ୍ୱ : ଆମେରିକା

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କୁ ବାରମ୍ବାର କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ମୋଦି ଶପଥ ନେବା ପରେ ଇମ୍ରାନ ଦୁଇ ଥର ଚିଠି ଲେଖିସାରିଲେଣି । ସେହିପରି ବିଭିନ୍ନ ବିଷୟ ଉପରେ କଥାବାର୍ତ୍ତା କରିବାକୁ ପାକ ବିଦେଶ ମନ୍ତ୍ରୀ ଶାହ ମେହମୁଦ କୁରେସୀ ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ପ୍ରସ୍ତାବ ଦେଇଛନ୍ତି । ତେବେ ଭାରତ ନିଜର ପୂର୍ବ ନିଷ୍ପତ୍ତିରେ କାଏମ ରହିଛି । ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ କଥବାର୍ତ୍ତା ସମ୍ଭବ ନୁହେଁ ବୋଲି ମତ ରଖିଛି।

ଭାରତର ଏହି ନୀତିକୁ ସମର୍ଥନ କରିଛି ଆମେରିକା । ଆଜି ହ୍ଵାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠାର ଦାୟିତ୍ୱ ପାକିସ୍ତାନ ମୁଣ୍ଡରେ ରହିଛି । ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଜବତ ନ କରିବା ପର୍ଯ୍ୟନ୍ତ ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ ।
ହ୍ଵାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ,ସେମାନଙ୍କ ଅସ୍ତ୍ରଶସ୍ତ୍ର ଜବତ କରିବା ଆବଶ୍ୟକ, ସେମାନେ ଯେପରି ଭାରତ ଭିତରକୁ ନ ପଶି ପାରିବେ ସେ ବ୍ୟବସ୍ଥା କରିବା ଆବଶ୍ୟକ ।

ସମ୍ବନ୍ଧିତ ଖବର