ନିର୍ଭୟା ମାମଲା : ଆଜି ଅଭିଯୁକ୍ତ ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନର ଶୁଣାଣି

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନ ଉପରେ ବୁଧବାରଦିନ ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ଶୁଣାଣି ବୁଧବାର ପୂର୍ବାହ୍ଣ ସାଢେ ୧୦ଟା ବେଳେ ଆରମ୍ଭ ହେବ । ଏହି ଶୁଣାଣି ଗତକାଲି ହେବାକୁ ଥିଲେ ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡ଼େ ଏଥିପାଇଁ ଗଠିତ ବେଞ୍ଚରୁ ନିଜକୁ ପ୍ରତ୍ୟାହାର କରିବା ପରେ ଏକ ନୂଆ ବେଞ୍ଚ ଗଠନ କରାଯାଇଥିଲା ଓ ଶୁଣାଣି ବୁଧବାରକୁ ଘୁଞ୍ଚିଥିଲା । ପ୍ରଧାନ ବିଚାରପତିଙ୍କ ପୁତୁରା ପୂର୍ବରୁ ଏହି ମାମଲାରେ ନିର୍ଭୟାର ପକ୍ଷ ରଖିଥିବାରୁ ମାମଲାର ନିରପେକ୍ଷତା ପାଇଁ ପ୍ରଧାନ ବିଚାରପତି ନିଜକୁ ଏହି ବେଞ୍ଚରୁ ପ୍ରତ୍ୟାହାର କରିନେଇଥିଲେ । ଏହି ମାମଲାର ଶୁଣାଣି ପାଇଁ ଆଜି ଏକ ତିନିଜଣିଆ ବେଞ୍ଚ ଗଠନ କରାଯାଇଛି ।

ଏହି ଶୁଣାଣି ସଂପର୍କରେ ନିର୍ଭୟାଙ୍କ ମା’ କହିଛନ୍ତି ଯେ ଆଜି କୋର୍ଟରେ ଅଭିଯୁକ୍ତର ପୁନର୍ବିଚାର ଆବେଦନ ଖାରଜ ହେବ ବୋଲି ସେ ଆଶା କରୁଛନ୍ତି ।

ନିଜର ପୁନର୍ବିଚାର ଆବେଦନରେ ଅକ୍ଷୟ ଦର୍ଶାଇଥିଲା ଯେ ଦିଲ୍ଲୀର ପ୍ରଦୂଷଣ କାରଣରୁ ସେ ଆପେ ଆପେ ମରିଯିବ, ମୃତ୍ୟୁଦଣ୍ଡର ଆବଶ୍ୟକତା ନାହିଁ ।

ସମ୍ବନ୍ଧିତ ଖବର