ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ବିଳମ୍ବିତ ରାତିରେ ଭୂମିକମ୍ପ ହୋଇଥିଲା। ଏହି ଝଟକା ଏତେ ତୀବ୍ର ଥିଲା କି ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ। ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।
ଲୋକଙ୍କ କହିବାନୁସାରେ, ସେମାନେ ଖଟରେ ବସିଥିବା ବେଳେ ତାହା ହଲିଥିଲା, ରୋଷେଇ କରୁଥିବା ବେଳେ ବାସନ ଆପଣାଛାଏଁ ତଳେ ପଡ଼ି ଯାଇଥିଲା। ଭୂମିକମ୍ପର ତୀବ୍ରତା ୬.୩ ରହିଥିଲା। ଏହି ଝଟକା ଦିଲ୍ଲୀ ଏନସିଆର ସମେତ ଉତ୍ତରପ୍ରଦେଶ ଓ ବିହାରରେ ବି ଜଣାପଡ଼ିଛି।
ତେବେ ସକାଳ ପ୍ରାୟ ୬.୨୭ରେ ଉତ୍ତରାଖଣ୍ଡର ପିଥୌରାଗଡ଼ରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ବି ସଂଘଠିତ ହୋଇଥିବା କଥା ‘ନ୍ୟାସନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି।
ତେବେ ଥରେ ଭାବି ଦେଖନ୍ତୁ ତ ଏହି ଭୂମିକମ୍ପ ହେବା ସମ୍ପର୍କରେ ଆପଣ ଯଦି ପୂର୍ବରୁ ସୂଚନା ପାଇପାରିବେ ତେବେ କେମିତି ହୁଅନ୍ତା? ଏମିତି ନିକଟରେ ହୋଇଛି! ୨୦୨୨ ଅକ୍ଟୋବର ୨୬ ତାରିଖରେ ସାନ ଫ୍ରାନ୍ସିସକୋ ଉପସାଗରୀୟ କ୍ଷେତ୍ରରେ ୫.୧ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ହୋଇଥିଲା। ଏହାର ପୂର୍ବ ସୂଚନା ଗୁଗୁଲ ସିଇଓ ସୁନ୍ଦର ପିଚାଇ ଓ ଅନ୍ୟ ଜଣେ ୟୁଜର୍ସଙ୍କୁ ପୂର୍ବରୁ ମିଳି ଯାଇଥିଲା। ତେବେ ଏହି ସୂଚନା ସେ କିପରି ପାଇଥିଲେ ଟୁଇଟ କରି ଜଣାଇଛନ୍ତି।
ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ShakeAlert (ସେକ୍ ଆଲର୍ଟ) ଆପ ଜରିଆରେ ଏହା ସମ୍ଭବ ହୋଇଛି। ଏହା ଉପରେ କମ୍ପାନି ଅନେକ ସମୟ ପୂର୍ବରୁ କାମ କରିବା ଆରମ୍ଭ କରି ଦେଇଛି। ଗୁଗୁଲ ଏହି ପ୍ରୋଜେକ୍ଟ ଉପରେ ୨୦୧୩ରେ କାମ ଆରମ୍ଭ କରି ଦେଇଥିଲା। ଏହାର ପ୍ରଥମ ପ୍ରୟୋଗ ୨୦୧୯ରେ କରାଯାଇଥିଲା।
ଲୋକଙ୍କୁ ShakeAlert ଆପ ଜରିଆରେ ମୋବାଇଲ ଆଲର୍ଟ ପଠାଯାଇଥାଏ, ଯାହାକୁ ଗୁଗୁଲ ବିକଶିତ କରିଛି। ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ କି ଏହି ଆପ ପ୍ରାକୃତିକ ବିପର୍ଯ୍ୟୟର ଭବିଷ୍ୟବାଣୀ କରେ ନାହିଁ। ଏହା ବଦଳରେ ସେ ରାଜ୍ୟ ସରକାରଙ୍କ ଏଜେନ୍ସି ଓ ଥାର୍ଡ ପାର୍ଟିକୁ ଦିଆଯାଇଥିବା ଡାଟାର ବିଶ୍ଳେଷଣ କରିଥାଏ।
The alert came just before, felt like a long one, hope everyone is ok pic.twitter.com/mUzLFkkWxz
— Sundar Pichai (@sundarpichai) October 25, 2022
ଯେତେବେଳେ ଭୂମିକମ୍ପର ତରଙ୍ଗ ଉତ୍ପନ୍ନ ହୋଇଥାଏ, ସେତେବେଳେ ଏଜେନ୍ସି ଡାଟାକୁ ରେକର୍ଡ କରିଥାଏ ଓ ଇମେଜକୁ ନେଇ ଡାଟା ସେଣ୍ଡ କରିଥାଏ। ShakeAlert ସିଷ୍ଟମ ଏହାର ସୂଚନା ଏକତ୍ର କରି ଲୋକଙ୍କୁ ଭୂମିକମ୍ପର ନୋଟିଫିକେସନର ସୂଚନା ଦେଇଥାଏ।