ନୂଆଦିଲ୍ଲୀ: ‘ଅପରେସନ୍ ସିନ୍ଦୂର’ ପରେ ଅନେକ ସାଟେଲାଇଟ୍ ଇମେଜ୍ ପୂର୍ବରୁ ପ୍ରକାଶ ପାଇଥିବା ବେଳେ ନିକଟରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ଏକ ନୂଆ ଫୁଟେଜ୍ ଜାରି କରିଛି।
ଯେଉଁଥିରେ ପାକିସ୍ତାନୀ ଅଞ୍ଚଳ ଭିତରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଉପରେ ଭାରତର ଟାର୍ଗେଟେଡ୍ ଷ୍ଟ୍ରାଇକ୍ ଏବଂ ପାକିସ୍ତାନ ରେଞ୍ଜର୍ସଙ୍କୁ ଗୁଳି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ମଙ୍ଗଳବାର ଦିନ ସାର୍ବଜନୀନ ହୋଇଥିବା ଏହି ଭିଡିଓରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ପାକିସ୍ତାନ ଭିତରେ ୨.୨ କିଲୋମିଟର ପର୍ଯ୍ୟନ୍ତ ଅବସ୍ଥିତ ତିନୋଟି ଆତଙ୍କବାଦୀ ଘାଟି ଉପରେ କରାଯାଇଥିବା ଆକ୍ରମଣ ଏବଂ ସୀମା ଆରପାରିରେ ପାକିସ୍ତାନୀ ସେନା ପୋଷ୍ଟଗୁଡ଼ିକୁ ଧ୍ୱଂସ କରିବାର ଦୃଶ୍ୟ କଏଦ କରାଯାଇଛି।
ଜମ୍ମୁ ଫ୍ରଣ୍ଟିୟରର ବିଏସ୍ଏଫ୍ର ଇନ୍ସପେକ୍ଟର ଜେନେରାଲ୍ ଶଶାଙ୍କ ଆନନ୍ଦ କହିଛନ୍ତି ଯେ ସେମାନେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଜବାବରେ "ଶତ୍ରୁ ପୋଷ୍ଟଗୁଡ଼ିକୁ ଧ୍ୱଂସ କରିଛନ୍ତି" ଏବଂ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ପ୍ରୟାସକୁ ପ୍ରତିହତ କରିଛନ୍ତି।
ଏପଟେ ‘ଅପରେସନ୍ ସିନ୍ଦୂର’ର ସଫଳତାକୁ ନେଇ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍ଏଫ୍)ର ସାମ୍ବାଦିକ ସମ୍ମିଳନୀ। କିଭଳି ସୀମା ସୁରକ୍ଷା ପାଇଁ ଦିନ ରାତି ଯବାନ ମୁତୟନ ରହିଛନ୍ତି ସେନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜମ୍ମୁ ବିଏସ୍ଏଫ୍ ଆଇଜି ।
ଅପରେସନ୍ ସିନ୍ଦୂର ସମୟରେ ମହିଳା ଯବାନ ମଧ୍ୟ ସୀମାରେ ନିୟୋଜିତ ଥିବା ସହ ଶତ୍ରୁ ଦେଶ ବିରୋଧରେ ଲଢ଼େଇ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏସ୍ଏଫ୍ ଆଇଜି । ମେ ୯ ତାରିଖରେ ପାକ୍ ସେନା ତରଫରୁ ଭାରତୀୟ ବିଏସ୍ଏଫ ଚେକ୍ ପୋଷ୍ଟ ଉପରକୁ ଟାର୍ଗେଟ୍ କରାଯାଇଥିଲା । ମାତ୍ର ସେମାନଙ୍କୁ ଉଚିତ୍ ଜବାବ ଦିଆଯାଇଥିବା କହିଛନ୍ତି ବିଏସ୍ଏଫ୍ ଆଇଜି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/27/GKkTCOtHFf7zVF0wM2NT.jpg)