ସଂଘାଇ: ସଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଗୁରୁବାର ଦିନ ଚୀନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୀମାପାର ଆତଙ୍କବାଦ ପାଇଁ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନକୁ ନିନ୍ଦା କରିଛନ୍ତି।
ରାଜନାଥ ପାକ୍କୁ ନିନ୍ଦା କିରିବା ସହିତ ଅନ୍ୟ ସଦସ୍ୟ ରାଷ୍ଟ୍ରମାନଙ୍କୁ ଆତଙ୍କବାଦ ବିରୋଧରେ ସ୍ୱର ଉଠାଇବାକୁ ଅନୁରୋଧ କରିଛନ୍ତି। ସେ ପହଲଗାମ ଆକ୍ରମଣ ପରେ ଆରମ୍ଭ ହୋଇଥିବା ‘ଅପରେସନ ସିନ୍ଦୂର’କୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ଜବାବ ଭାବରେ ଉଲ୍ଲେଖ କରିଛନ୍ତି।
ସିଂହ କହିଛନ୍ତି ଯେ ‘ଅପରେସନ ସିନ୍ଦୂର’ ହେଉଛି ଏକ ଆଗୁଆ ଆକ୍ରମଣ। ଯାହା ସୀମାପାର ଆତଙ୍କବାଦୀ ଆକ୍ରମଣକୁ ରୋକିବା ଏବଂ ସୀମାପାର ଆତଙ୍କବାଦୀ ଭିତ୍ତିଭୂମିକୁ ଭାଙ୍ଗିବା ପାଇଁ ଆରମ୍ଭ କରାଯାଇଥିଲା।
ପାକିସ୍ତାନକୁ ସିଧାସଳଖ ସମାଲୋଚନା କରି ରାଜନାଥ ସିଂହ କହିଛନ୍ତି, "କିଛି ଦେଶ ସୀମାପାର ଆତଙ୍କବାଦକୁ ନୀତିର ଏକ ଅସ୍ତ୍ର ଭାବରେ ବ୍ୟବହାର କରନ୍ତି ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦିଅନ୍ତି। ଏପରି ଦ୍ୱନ୍ଦ୍ୱ ମାନଦଣ୍ଡ ପାଇଁ କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ। ଏସ୍ସିଓ ଏପରି ରାଷ୍ଟ୍ରଗୁଡ଼ିକୁ ସମାଲୋଚନା କରିବାକୁ ସଂକୋଚ କରିବା ଉଚିତ୍ ନୁହେଁ।"
ରାଜନାଥ ସିଂହ "ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା" ପ୍ରଦର୍ଶନ କରିବା ପାଇଁ ଭାରତ ଦ୍ୱାରା ନିଆଯାଇଥିବା ଅନେକ ପଦକ୍ଷେପ ଉପରେ ମଧ୍ୟ ଆଲୋକପାତ କରିଥିଲେ। "ଆମେ ଦେଖାଇଛୁ ଯେ ଆତଙ୍କବାଦର କେନ୍ଦ୍ରସ୍ଥଳଗୁଡ଼ିକ ଆଉ ସୁରକ୍ଷିତ ନୁହେଁ ଏବଂ ଆମେ ସେମାନଙ୍କୁ ଟାର୍ଗେଟ କରିବାକୁ ସଂକୋଚ କରିବୁ ନାହିଁ,’’ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/26/new-project-2025-06-26-09-08-19.jpg)