ନୂଆଦିଲ୍ଳୀ: ଭାରତରେ ପୁଣି ଥରେ କରୋନା ଭାଇରସ୍ ମାମଲା ବୃଦ୍ଧି ପାଉଛି। ଯାହା ଫଳରେ ରାଜ୍ୟଗୁଡ଼ିକ କୋଭିଡ୍ ପରୀକ୍ଷା ବୃଦ୍ଧି ଏବଂ ହସ୍ପିଟାଲ ବେଡ୍ ପ୍ରସ୍ତୁତି ଭଳି ପ୍ରତିରୋଧକ ପଦକ୍ଷେପ ନିଆଯାଉଛି। ଏବେ ଜାଣିବାକୁ ମିଳିଛି ଯେ ପ୍ରାଥମିକ ସ୍ତରରେ ଆକ୍ରାନ୍ତମାନେ ଜ୍ବର ଓ ଡାଇରିଆରେ ପଡୁଛନ୍ତି। ସେହିକାରଣରୁ ଏଭଳି ଲକ୍ଷଣ ଦିଶିଲେ ତୁରନ୍ତ କରୋନା ପରୀକ୍ଷା କରାଇବା ଉଚିତ।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପୂର୍ବରୁ କହିଥିଲା ​​ଯେ ଦେଶରେ ବର୍ତ୍ତମାନ ପ୍ରସାରିତ ହେଉଥିବା ଭାରିଆଣ୍ଟ୍ଗୁଡ଼ିକ ମୃଦୁ ଲକ୍ଷଣ ସହିତ ଜଡିତ। ଚିହ୍ନଟ ହୋଇଥିବା ଓମିକ୍ରୋନ୍ ସବଭେରିଏଣ୍ଟ୍ ମଧ୍ୟରେ LF.7, XFG, JN.1, ଏବଂ NB.1.8.1 ଅନ୍ତର୍ଭୁକ୍ତ।
ଜ୍ୱର ବ୍ୟତୀତ ଗଳା ଯନ୍ତ୍ରଣା, କାଶ, ଥଣ୍ଡା, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା ଏବଂ ଥକ୍କାପଣ ଆଦି ମଧ୍ୟ କୋଭିଡ୍-୧୯ର ଲକ୍ଷଣ ହୋଇପାରେ। ତେବେ ସ୍ୱାଦ ଏବଂ ଗନ୍ଧ ହ୍ରାସ ହେଉଛି କୋଭିଡର ଏକ ସ୍ପଷ୍ଟ ଲକ୍ଷଣ।
ନିଉଜ୍୧୮ର ର ଏକ ରିପୋର୍ଟ ଅନୁଯାୟୀ, ହସ୍ପିଟାଲଗୁଡ଼ିକରେ ଦେଖାଯାଉଥିବା କୋଭିଡ୍ ଲକ୍ଷଣଗୁଡ଼ିକ ମଧ୍ୟରେ ସାମାନ୍ୟ ଜ୍ୱର, ଶୁଖିଲା କିମ୍ବା ଛିଣ୍ଡା କାଶ, କର୍କଶ ସ୍ୱର, ନାକ ବନ୍ଦ କିମ୍ବା ହାଲୁକା ନାକ ପାଣି ପ୍ରବାହିତ ହେଉଛି। ଏହା ସହିତ, ଥକ୍କାପଣ ଏବଂ ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା ଆଦି ଲକ୍ଷଣ ମଧ୍ୟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/30/KhzvHkur7gegjT8HkqNM.jpg)