ମୁମ୍ବାଇ: ଓପନ୍ ଏଆଇ ଏକ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଉପରେ କାମ କରୁଥିବାର ସୂଚନା ରହିଛି। ଯାହାଫଳରେ ମେଟା ଓ ଏକ୍ସ ପରି ସୋସିଆଲ୍ ମିଡିଆକୁ ଏକ କଡ଼ା ପ୍ରତିଦ୍ବନ୍ଦ୍ବୀ ମିଳିବାକୁ ଯାଉଛି ବୋଲି ଚର୍ଚ୍ଚା ହେବା ଆରମ୍ଭ ହୋଇଗଲାଣି।
ଯଦିଓ ଏ ସଂପର୍କରେ ବିଶେଷ କିଛି ସୂଚନା ନାହିଁ; ତଥାପି ଏତକ ଜଣାପଡ଼ିଛି ଯେ କମ୍ପାନି ଏଆଇ କ୍ଷମତାକୁ ଉପଯୋଗ କରି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ତିଆରିବାକୁ ଯାଉଛି।
ବିଶ୍ବାସ କରାଯାଉଛି କି ଏହି ପ୍ଲାଟ୍ଫର୍ମ ସିଧା ଏଲୋନ ମସ୍କଙ୍କ ‘ଏକ୍ସ’ ଏବଂ ମାର୍କ ଜୁକରବର୍ଗଙ୍କ ସବୁ ତକ ସୋସିଆଲ୍ ମିଡିଆ ସାଇଟ୍କୁ ଟକ୍କର ଦେବ।
ଦ ଭର୍ଜର ରିପୋର୍ଟ ଅନୁସାରେ, ଓପନ୍ ଏଆଇ ଏବେ ଏହି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଉପରେ କାମ କରିବା ଆରମ୍ଭ କରି ସାରିଲାଣି। ଏହି ଆପ୍ର ଏକ ଇଣ୍ଟର୍ନାଲ୍ ପ୍ରୋଟୋଟାଇପ୍ ବି ପ୍ରସ୍ତୁତ ହୋଇସାରିଛି। ଏହି ପ୍ରୋଟୋଟାଇପ୍କୁ ଜିପିଟି ୪ଓ ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି।
ଓପନ୍ ଏଆଇର ସିଇଓ ସାମ୍ ଅଲ୍ଟମାନ୍ କିଛି ଲୋକଙ୍କଠାରୁ ଏହି ପ୍ରୋଟୋଟାଇପ୍ ଉପରେ ମତାମତ ମାଗିଛନ୍ତି। ତେବେ ଏହା କେବେ ଲଞ୍ଚ୍ ହେବାକୁ ଯାଉଛି ସେ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/19/tGtTJse3Clpo0k05bfKT.jpg)