ନୂଆଦିଲ୍ଲୀ: ମଙ୍ଗଳବାର ଦିନ ତେଲ୍ ଅଭିଭ୍ରୁ ୧୮ଜଣ ନେପାଳୀଙ୍କ ସମେତ ୨୮୬ଜଣ ଯାତ୍ରୀଙ୍କୁ ନେଇ ଆସିଥିବା ‘ଅପରେସନ୍ ଅଜୟ’ର ୫ମ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।
ଆତଙ୍କବାଦୀ ସଂଗଠନ ହମାସ୍ ସହିତ ଭୀଷଣ ଯୁଦ୍ଧ ଚଳାଇଥିବା ଇସ୍ରାଏଲ୍ରୁ ଚାଲି ଆସିବାକୁ ଚାହୁଁଥିବା ଭାରତୀୟ ନାଗରିକମାନଙ୍କ ନିମନ୍ତେ ସରକାର ‘ଅପରେସନ ବିଜୟ’ ଅଭିଯାନ ଚଳାଇଛନ୍ତି। ଦିଲ୍ଲୀରେ ଅବତରଣ କରିଥିବା ୫ମ ବିମାନଟି ହେଉଛି ‘ସ୍ପାଇସ୍ ଜେଟ୍ ଏୟାର୍ଲାଇନ୍ସ୍’ର ବିମାନ।
ଏ ସଂକ୍ରାନ୍ତରେ ‘ଏକ୍ସ୍’ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚୀ କହିଛନ୍ତି ଯେ, ୧୮ଜଣ ନେପାଳୀ ନାଗରିକଙ୍କ ସମେତ ୨୮୬ଜଣ ଯାତ୍ରୀଙ୍କୁ ନେଇ ‘ଅପରେସନ୍ ଅଜୟ’ ଅଭିଯାନର ୫ମ ବିମାନ ଆସିଛି।
Image Courtesy of India Todayସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍. ମୁରୁଗାନ୍ ବିମାନ ବନ୍ଦରରେ ସେମାନଙ୍କୁ ସ୍ବାଗତ କରୁଥିବା ବେଳର ଫଟୋ ମଧ୍ୟ ସେ ସେୟାର୍ କରିଛନ୍ତି।
କେରଳ ସରକାରଙ୍କ କହିବା ଅନୁସାରେ, ଅବତରଣ କରିଥିବା ବିମାନରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୨ଜଣ ହେଉଛନ୍ତି କେରଳୀ।
ସୂଚନାଯୋଗ୍ୟ, ‘ସ୍ପାଇସ୍ଜେଟ୍’ର ଏହି ବିମାନ (ନମ୍ବର ଏ୩୪୦) ରବିବାର ଦିନ ତେଲ୍ ଅଭିଭ୍ରେ ଅବତରଣ କରିବା ପରେ ବୈଷୟିକ ତ୍ରୁଟି ଦେଖା ଦେଇଥିଲା। ତ୍ରୁଟି ସଜାଡ଼ିବା ଲାଗି ସେ ବିମାନକୁ ଜୋର୍ଡାନ୍ ନିଆଯାଇଥିଲା। ଆବଶ୍ୟକ ମରାମତି ପରେ ଭାରତୀୟ ନାଗରିକମାନଙ୍କୁ ନେଇ ସେ ବିମାନ ମଙ୍ଗଳବାର ଦିନ ତେଲ୍ ଅଭିଭ୍ରୁ ଉଡ଼ାଣ ଆରମ୍ଭ କରିଥିଲା।
କିନ୍ତୁ, ନିର୍ଦ୍ଧାରିତ ସମୟ-ନିର୍ଘଣ୍ଟ ଅନୁସାରେ, ସୋମବାର ସକାଳେ ଉକ୍ତ ବିମାନ ନୂଆଦିଲ୍ଲୀରେ ପହଞ୍ଚିବାର ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/isr.jpg)