ଶ୍ରୀନଗର: ସେନାକୁ ପୁଣି ସଫଳତା । ଜାମ୍ମୁ କାଶ୍ମୀରରେ ଜଣେ ଆତଙ୍କବାଦୀକୁ ନିପାତ କଲେ ଯବାନ । ବାକି ୨ ଜଣ ଆତଙ୍କୀ ଧରାପଡ଼ିଥିବା ସୂଚନା ମିଳିଛି । ତେବେ ଅପରେସନ୍ ଅଖଲ ଜରିଆରେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯାଉଛି ।
#WATCH | J&K | Encounter between the security forces and terrorists is underway in the Akhal area of Kulgam district. SOG, J&K Police, Army and CRPF are carrying out the operation.
— ANI (@ANI) August 2, 2025
(Visuals deferred by unspecified time; no live operational details disclosed) pic.twitter.com/BGnx4lMKk3
ଶୁକ୍ରବାର ଜାମ୍ମୁ କାଶ୍ମୀରର ଅଖଲ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ହୋଇଥିଲା । ପରେ ଭାରତୀୟ ସେନା, ସିଆରପିଏଫ ଏବଂ ଜାମ୍ମୁକାଶ୍ମୀର ପୋଲିସର ମିଳିତ ଉଦ୍ୟମରେ ଆତଙ୍କୀଙ୍କୁ କଡ଼ା ଜବାବ ଦିଆଯାଇଥିଲା । ଅପରେସନ ଅଖଲ ଜରିଆରେ ଜଣେ ଆତଙ୍କୀକୁ ନିପାତ କରିବା ସହ ୨ ଜଣଙ୍କୁ ଧରାଯାଇଛି ।
ତେବେ ଏହି ଆତଙ୍କବାଦୀମାନେ ଡାଚିଗାମ୍ ଜାତୀୟ ଉଦ୍ୟାନ ନିକଟରେ ଲୁଚି ରହିଥିଲେ ବୋଲି ଅନୁମାନ କରାଯାଉଛି । ଅଧିକାରୀମାନେ କହିଛନ୍ତି ଏହି ଆତଙ୍କବାଦୀମାନେ ଏଲଇଟିର ଏକ ଶାଖା ଟିଆରଏଫ ସହିତ ଜଡିତ ଏବଂ ଏମାନେ ମଧ୍ୟ ପହଲଗାମ ଆକ୍ରମଣ ସହିତ ଜଡିତ। ତେବେ ଏବେବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଗୁଳି ବିନିମୟ ଚାଲିଥିବା ସୂଚନା ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/08/02/terro-2025-08-02-09-10-25.jpg)