ଆଫଗାନିସ୍ତାନରୁ ଭାରତୀୟଙ୍କୁ ମୁକୁଳାଇବା ଅପରେସନର ନାମ ଦିଆଗଲା ‘ଦେବୀଶକ୍ତି’

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଅହରହ କାର୍ଯ୍ୟ କରିଆସୁଛନ୍ତି। ଖବର ଅନୁଯାୟୀ, ଏପର୍ଯ୍ୟନ୍ତ ଅନ୍ୟ ଦେଶର ଲୋକଙ୍କ ସମେତ ୭୫୦ରୁ ଅଧିକ ଭାରତୀୟଙ୍କୁ ଆଫଗାନିସ୍ତାନରୁ ଭାରତକୁ ଫେରାଇଅଣାଯାଇଛି | ବର୍ତ୍ତମାନ ଭାରତ ସରକାର ଏହି ଅପରେସନକୁ ‘ଦେବୀଶକ୍ତି’ ନାମରେ ନାମିତ କରିଛନ୍ତି।

ଭାରତର ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ଟୁଇଟ୍ କରି କହିଛନ୍ତି, ‘ଅପରେସନ୍ ଦେବୀଶକ୍ତି ଜାରି ରହିଛି | ଏହି ନିରନ୍ତର ଉଦ୍ୟମ ପାଇଁ ଭାରତୀୟ ବାୟୁସେନା, ଏୟାର ଇଣ୍ଡିଆ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଦଳକୁ ଧନ୍ୟବାଦ’। ତେବେ ଏହି ଉଦ୍ଧାର କାର୍ଯ୍ୟର ନାମ କାହିଁକି ‘ଦେବୀଶକ୍ତି’ ରଖାଯାଇଛି ତାହାର କାରଣ ସରକାରୀ ସୂତ୍ରରୁ ଜଣାପଡିନାହିଁ |


ତେବେ ସୋସିଆଲ ମିଡିଆରେ ଚର୍ଚ୍ଚା ମୁତାବକ ଏହି ଉଦ୍ଧାର କାର୍ଯ୍ୟ ମାଧ୍ୟମରେ ନିରୀହ ଲୋକଙ୍କୁ ହିଂସାରୁ ରକ୍ଷା କରିବା ପାଇଁ ଏକ ପ୍ରୟାସ କରାଯାଉଛି । ଯେପରି ‘ମା ଦୁର୍ଗା’ ନିରୀହମାନଙ୍କୁ ରାକ୍ଷସମାନଙ୍କଠାରୁ ରକ୍ଷା କରିଥିଲେ, ତେଣୁ ଏହି ଅପରେସନର ନାମ ଏଭଳି ରଖାଯାଇଛି |

ସମ୍ବନ୍ଧିତ ଖବର