ନୂଆଦିଲ୍ଲୀ : କୃଷକମାନଙ୍କ ଆୟ ୨୦୨୨ ସୁଦ୍ଧା ଦୁଇ ଗୁଣ ବୃଦ୍ଧି କରିବା ଲକ୍ଷ୍ୟରେ ଅପରେସନ୍ ଗ୍ରିନ୍ ଆରମ୍ଭ କରାଯାଇଛି। ଏଥିପାଇଁ ବଜେଟ୍ରେ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ବଜେଟ୍ରେ ଘୋଷଣା କରିଛନ୍ତି। ଅପରେସନ୍ ଗ୍ରିନ୍ରେ କୃଷି ସାମଗ୍ରୀ ଉତ୍ପଦାନକାରୀ ସଂଗଠନ, କୃଷି ସାମଗ୍ରୀ ପରିବହନ, ପ୍ରକ୍ରିୟାକରଣ ସୁବିଧା ଏବଂ ବୃତ୍ତିଗତ ପରିଚାଳନା ଆଦିକୁ ପ୍ରୋତ୍ସାହନ ଦିଆଯିବ।
/sambad/media/post_attachments/wp-content/uploads/2018/02/102269266-300x126.jpg)
କୃଷକମାନଙ୍କୁ ସହାୟତା ଯୋଗାଇ ଦିଆଯାଇ ଦେଶରେ ପିଆଜ, ଆଳୁ ଓ ଟମାଟୋ ମୂଲ୍ୟରେ ଦେଖାଦେଉଥିବା ଅସ୍ଥିରତାକୁ ନିୟନ୍ତ୍ରଣ କରିବା ଏହି ଯୋଜନାର ଲକ୍ଷ୍ୟ। ଏହି ଯୋଜନା ଅର୍ଥନୀତିରେ ଚାହିଦା ବୃଦ୍ଧି ଏବଂ ଚାହିଦା ବୃଦ୍ଧିର ଆକଳନ ଉପରେ ମଧ୍ୟ କାର୍ଯ୍ୟ କରିବ। ଏଥିସହିତ ଏହି ଯୋଜନାରେ କୃଷି ଭିତ୍ତିଭୂମି ବିକାଶ ପାଇଁ ୪୭୦ଟି କୃଷି ବଜାର କମିଟି (ଏପିଏମ୍ସି)କୁ ଇ-ନାମ୍ ପ୍ଲାଟ୍ଫର୍ମରେ ଯୋଡ଼ାଯିବ। ସରକାର ୨୨ ହଜାର କୃଷି ବଜାରର ବିକାଶ ମଧ୍ୟ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Vegetables-Home-Page-potato-onion-tomato.jpg)