ତେଲ୍ ଅଭିଭ୍: ଇରାନ ବିରୋଧରେ ଇସ୍ରାଏଲ ଚଳାଇଥିବା ‘ଅପରେସନ୍‌ ରୋରିଂ ଲାୟନ୍‌’କୁ ଦୀର୍ଘଦିନ ପର୍ଯ୍ୟନ୍ତ ଜାରି ରଖିବାପାଇଁ ଏବେ ଜୋରଦାର ପ୍ରସ୍ତୁତି ଚଳାଇଛି। ଯୁଦ୍ଧ ଦ୍ବିତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଇରାନ ଓ ଲେବାନନ ବିରୋଧରେ ଲମ୍ବା ଯୁଦ୍ଧ ପାଇଁ ଇସ୍ରାଏଲ ଏବେ ଅସ୍ତ୍ର ଠୁଳ କରୁଛି। ସୋମବାର ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଗତ ୧୦ ଦିନ ମଧ୍ୟରେ ୫୦ଟି କାର୍ଗୋ ବିମାନରେ ୧ ହଜାରରୁ ଅଧିକ ଟନ୍‌ର ଅସ୍ତ୍ରଶସ୍ତ୍ର, ସାମରିକ ଉପକରଣ ଓ ବିଭିନ୍ନ ପ୍ରକାର ଯୁଦ୍ଧ ସାମଗ୍ରୀ ଇସ୍ରାଏଲରେ ଆସି ପହଞ୍ଚିଛି ଏବଂ ଏହାକୁ ଆଇଡିଏଫ୍‌କୁ ପଠାଯାଇଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଏହା ଏକ ବଡ଼ ଧରଣର ସିପିଂ ଅପରେସନ୍‌। ଗତ କିଛି ସପ୍ତାହ ମଧ୍ୟରେ ଇସ୍ରାଏଲକୁ ୯୦ଟି ବିମାନରେ ୬,୫୦୦ ଟନ୍‌ରୁ ଅଧିକ ଅସ୍ତ୍ରଶସ୍ତ୍ର ଆସିଲାଣି।

Advertisment

ଆହୁରି ପଢନ୍ତୁ-  Parliament: ଇରାନ ଯୁଦ୍ଧକୁ ନେଇ ସଂସଦର ଉଭୟ ସଦନରେ ହଟ୍ଟଗୋଳ: ୬୭,୦୦୦ ନାଗରିକ ଆନ୍ତର୍ଜାତିକ ସୀମା ପାର୍‌ କରିସାରିଛନ୍ତି

ଅନ୍ୟପକ୍ଷେ ଇସ୍ରାଏଲ ଇରାନ ଉପରେ ଏହାର ଆକ୍ରମଣକୁ ଆହୁରି ଅଧିକ ବ୍ୟାପକ କରିଛି ବୋଲି କହିଛି। ଇରାନର ୩ ପାର୍ଶ୍ବରେ ଇସ୍ରାଏଲ ଆକ୍ରମଣ କରିଥିବା ଦାବି କରିଛି। ଏଥିସହ ଇସ୍ରାଏଲ ଲେବାନନ ଉପରେ ମଧ୍ୟ ଆକ୍ରମଣ ଜାରି ରଖିଛି। ଇତି ମଧ୍ୟରେ ୟୁଏଇ କହିଛି ଯେ, ଏହା ସୋମବାର ୧୫ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ଚିହ୍ନଟ କରିଛି। ଏଥି ମଧ୍ୟରୁ ୧୨ଟି ନଷ୍ଟ କରାଯାଇଥିବା ବେଳେ ଆଉ ୩ଟିକୁ ସମୁଦ୍ରରେ ଖସାଇ ଦିଆଯାଇଛି। ମୋଟ୍‌ ୧୮ଟି ୟୁଏଭି ଚିହ୍ନଟ କରାଯାଇଥିବା ବେଳେ ଏଥି ମଧ୍ୟରୁ ୧୭ଟି ଖସାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛି। ଅନ୍ୟପକ୍ଷେ କତର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଏହା ଇରାନ ପଟୁ ଆସିଥିବା ୧୭ କ୍ଷେପଣାସ୍ତ୍ର ଓ ୬ଟି‌ ଡ୍ରୋନ୍‌ ଖସାଇ ଦେଇଛି।

ଆହୁରି ପଢନ୍ତୁ-  Women: ଓଡ଼ିଶାରେ ଔପଚାରିକ ନିଯୁକ୍ତିରେ ମହିଳାଙ୍କ ଅଂଶଗ୍ରହଣ ସୁଯୋଗ ଶୀର୍ଷକ ପରାମର୍ଶ ଶିବିର