ଭାରତୀୟ ନାଗରିକଙ୍କୁ ନେଇ ଆଇଏନଏସ ‘ଜଳଶ୍ବ’ର ଯାତ୍ରାରମ୍ଭ

ନୂଆଦିଲ୍ଲୀ : ଅପରେସନ ସମୁଦ୍ର ସେତୁ କାର୍ଯ୍ୟକ୍ରମ ଅଧୀନରେ ଭାରତୀୟ ସାମୁଦ୍ରିକ ଜାହାଜ ଜଳଶ୍ବ ଏହାର ଦ୍ବିତୀୟ ଚରଣରେ ୫୮୮ ଭାରତୀୟ ନାଗରିକଙ୍କୁ ପ୍ରତ୍ୟାବର୍ତ୍ତନ କରାଇବା ଲାଗି ମାଳଦୀପର ମାଲେ ବନ୍ଦରରୁ ମେ’ ୧୫ରେ ଯାତ୍ରାରମ୍ଭ କରିଛି । ଏହା ଆମ ନାଗରିକମାନଙ୍କୁ ସମୁଦ୍ରପଥରେ ଦେଶକୁ ଫେରାଇ ଆଣିବା ପାଇଁ ଭାରତୀୟ ନୌସେନାର ଅବଦାନ । ଏହି ୫୮୮ ଭାରତୀୟ ନାଗରିକଙ୍କ ମଧ୍ୟରେ ୬ ଜଣ ପ୍ରତ୍ୟାଶୀ ମା’ ଏବଂ ୨୧ ଜଣ ଶିଶୁ ଅନ୍ତର୍ଭୁକ୍ତ ।

ସମ୍ବନ୍ଧିତ ଖବର