ନୂଆଦିଲ୍ଲୀ : ଇସ୍ରାଏଲ-ଇରାନ ଯୁଦ୍ଧ ଏବେ ଭୀଷଣ ରୂପ ନେଇଥିବା‌ବେଳେ ଭାରତ ଉଭୟ ରାଷ୍ଟ୍ରରେ ଥିବ‌ା ନିଜର ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ତ୍ବରାନ୍ବିତ କରିଛି।  ଅପରେସନ୍‌ ସିନ୍ଧୁ ଅଧୀନରେ ଉଭୟ ଇରାନ ଏବଂ ଇସ୍ରାଏଲରୁ ୧୭୦୦ରୁ ଅଧିକ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଖାଲି କରାଗଲାଣି।  ଏଯାବତ ମୋଟ୍‌ ୧୭୧୩ ନାଗରିକ ଭାରତ ଫେରିଲେଣି। ଅନ୍ୟପକ୍ଷେ ଭାରତ ସରକାର ‘ଅପରେସନ୍‌ ସିନ୍ଧୁ’ ଅନ୍ତର୍ଗତ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ୩ଟି ଅତିରିକ୍ତ ଉଦ୍ଧାର ବିମାନ ପରିଚାଳନା କରିବେ।   ଜୁନ୍‌ ୨୨ ତାରିଖ ବିଳମ୍ବିତ ରାତିରେ ୨୮୫ ଭାରତୀୟ ଦିଲ୍ଳୀରେ ପହଞ୍ଚିଥିଲେ। ଏକ ସ୍ବତନ୍ତ୍ର ବିମାନରେ ୨୮୫ ଭାରତୀୟ ମଶହଦରୁ ଆସି ନୂଆଦିଲ୍ଲୀରେ ପହଞ୍ଚିବାପରେ ସେମାନଙ୍କୁ ବିଦେଶ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ପବିତ୍ରା ମାର୍ଗେରିଟା‌ ସ୍ବାଗତ କରିଥିଲେ।  ବିଦେଶ ବ୍ୟାପାର ମନ୍ତ୍ରାଳୟ ଅନୁଯାୟୀ ଗତକାଲି ବିହାର, ଜମ୍ମୁ କାଶ୍ମୀର,  ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ ଏବଂ ମହାରାଷ୍ଟ୍ରର ଅଧିକାଂଶ ନାଗରିକ ଫେରିଛନ୍ତି।