ନୂଆଦିଲ୍ଲୀ: ଦଶହରାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଦେଇଥିବା କଡ଼ା ବାର୍ତ୍ତା ପଡ଼ୋଶୀ ଦେଶରେ ହଇଚଇ ସୃଷ୍ଟି କରିଛି। ସମଗ୍ର ପାକିସ୍ତାନରେ ଭୟର ବାତାବରଣ ରହିଛି। ଏବେ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଆସୀମ ମୁନିର ଏକ କର୍ପସ କମାଣ୍ଡର ସମ୍ମିଳନୀ କରିଛନ୍ତି, ଯେଉଁଥିରେ ସେ ତାଙ୍କ ସେନାକୁ ପ୍ରସ୍ତୁତ ରହିବା ଏବଂ ଫିଟନେସ୍ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଆସୀମ ମୁନିର ରାୱଲପିଣ୍ଡିର ସେନା ମୁଖ୍ୟାଳୟରେ ସଶସ୍ତ୍ର ବାହିନୀ ସହିତ ୨୭୨ତମ କର୍ପସ କମାଣ୍ଡର ସମ୍ମିଳନୀ କରିଥିଲେ।
ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ସମା ଟିଭିର ଏକ ରିପୋର୍ଟ ଅନୁଯାୟୀ, ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଚେତାବନୀ ପାକିସ୍ତାନୀ ସେନା ଭିତରେ ଭୟର ବାତାବରଣ ସୃଷ୍ଟି କରିଛି, ଏବଂ ବୈଠକରେ ଆସୀମ ମୁନିର ଚିନ୍ତା ପ୍ରକାଶ କରିଛନ୍ତି। ଏହା ସହ ଆସୀମ ମୁନିର ପୁଣି ଥରେ ଧମକ ଦେଇ କହିଛନ୍ତି ଯେ, ପାକିସ୍ତାନ ଯେକୌଣସି ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ।
ସେ କହିଛନ୍ତି ଯେ, "ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ପ୍ରତ୍ୟେକ ଆକ୍ରମଣର ଜବାବ ଶୀଘ୍ର ଏବଂ ଆକ୍ରମଣାତ୍ମକ ଭାବରେ ଦିଆଯିବ। ଯଦି କୌଣସି ଆକ୍ରମଣ ହୁଏ, ତେବେ ଆମର ସେନା ଶକ୍ତି ଏବଂ ଅଧିକ ଦୃଢ଼ତାର ସହିତ ଜବାବ ଦେବ।" ପାକିସ୍ତାନୀ ସେନା ପ୍ରତ୍ୟେକ କ୍ଷେତ୍ରରେ ସକ୍ଷମ। ମୁଁ ଆମ ସୈନିକମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରୁଛି।"
operation-sindoor | asim-munir
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/09/new-project-3-2025-10-09-12-36-31.jpg)