ନୂଆଦିଲ୍ଲୀ: ସିନ୍ଦୂରା ଫାଟିଲା, ସୂରୁଜ ଉଇଁଲା ଆଉ ଭାରତ ମାତା ନୂଆ ସକାଳ ଦେଖିଲା । ସିନ୍ଦୂରା ଫାଟିବା ଆଗରୁ ‘ଅପରେସନ ସିନ୍ଦୂର’ ଆତଙ୍କୀଙ୍କ ଖେଳ ଖତମ୍ କରିଦେଲା ଆଉ ପହଲଗାମ୍ ହମଲାର ପ୍ରତିଶୋଧ କଡା ଗଣ୍ଡା କରି ନେଲା । ଗତ (ମେ) ମାସ ୭ ତାରତଖରେ ମଝି ରାତିରେ ଭାରତୀୟ ସେନା ଖୋଜି ଖୋଜି ଆତଙ୍କୀଙ୍କୁ ମାରିଥିଲେ । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରି ଶିବିର ଉଡାଇ ଦେଇଥିଲେ ଆମ ଯବାନମାନେ ଆଉ ଏଥିସହ ଭାରତ ନେଇଥିଲା ପହଲଗାମ୍ ହମଲାର ପ୍ରତିଶୋଧ। ଆଜକୁ ‘ଅପରେସନ ସିନ୍ଦୂର’କୁ ବର୍ଷେ ପୂରିଛି।

Advertisment

୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ । ଏହି ଆକ୍ରମଣରେ ଆତଙ୍କବାଦୀମାନେ ହିନ୍ଦୁ ପୁରୁଷମାନଙ୍କୁ ଟାର୍ଗେଟ କରିଥିଲେ । ଭାରତ ଏହି ଆକ୍ରମଣ ପାଇଁ ଲସ୍କର-ଏ-ତୈବା (LeT), ଜୈଶ-ଏ-ମହମ୍ମଦ (JeM) ସହିତ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) କୁ ଦାୟୀ କରିଥିଲା । ଭାରତ କହିଛି ଯେ ଏହି ଆତଙ୍କବାଦୀମାନେ ପାକିସ୍ତାନର ସମର୍ଥନରେ କାମ କରନ୍ତି, ଯାହାକୁ ଇସଲାମାବାଦ ଅସ୍ୱୀକାର କରିଥିଲା ।

ଏହି ଆକ୍ରମଣର ଜବାବରେ, ଭାରତ ୬-୭ ମେ’ ୨୦୨୫ ରାତି ୧:୦୫ରୁ ୧:୩୦ ମଧ୍ୟରେ ଅପରେସନ୍‌ ସିନ୍ଦୂର ଆରମ୍ଭ କରିଥିଲା । ଏହାକୁ ସିନ୍ଦୂର ନାମକରଣ କରାଯାଇଥିଲା କାରଣ ପହଲଗାମରେ ନରରାକ୍ଷସମାନେ ଆମ ଦେଶର ନାଗରିକମାନଙ୍କୁ ମାରି ତାଙ୍କ ସ୍ତ୍ରୀ ମଥାରୁ ସିନ୍ଦୂର ପୋଛିଦେଇଥିଲେ, ଆଉ ଏ ଲଢ଼େଇ ଥିଲା ସେମାନଙ୍କ ନ୍ୟାୟ ପାଇଁ । ଏହି ଅପରେସନ୍‌ ୨୦୧୬ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ୍ ପରେ ତୃତୀୟ ବଡ଼ ଆକ୍ରମଣ ଥିଲା । 

ତେବେ ଅଧ ରାତିରେ ସୁଖୋଇ-ରାଫେଲରୁ ଦିଆଗଲା ଆତଙ୍କୀଙ୍କୁ ରକ୍ତର ଜବାବ । ଏୟାର ଷ୍ଟ୍ରାଇକରେ ସାମିଲ ଥିଲେ ୮ଟି ସୁଖୋଇ, ୪ଟି ରାଫେଲ । ପହଲଗାମ୍ ପ୍ରତିଶୋଧ ନେଇ ଭାରତ ମୃତକଙ୍କ ପରିବାରକୁ ନ୍ୟାୟ ଦେଇଥିବା ବେଳେ ଭାରତବାସୀ ଏକ ନୂଆ ସକାଳ ଦେଖିଥିଲେ।