ନୂଆଦିଲ୍ଲୀ: ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଭାରତର ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ସହ ଆରମ୍ଭ ହୋଇଥିବା ସାମରିକ ସଂଘର୍ଷ ମେ’ ୧୦ ତାରିଖରେ ଶେଷ ହୋଇନଥିଲା ଏବଂ ପରବର୍ତ୍ତୀ ସମୟରେ ବି ଜାରି ରହିଥିଲା। ୮୮ ଘଣ୍ଟା ଧରି ‘ଅପରେସନ ସିନ୍ଦୂର’ ଲହର ଭଳି ଚାଲିଥିଲା ଏବଂ ପରେ ଅସ୍ତ୍ରବିରତି ହୋଇଥିଲେ ସୁଦ୍ଧା ପାକିସ୍ତାନ ସହ ରଣନୀତିକ ସ୍ତରରେ ଯୁଦ୍ଧ ଜାରି ରହିଛି। ‘ଅପରେସନ୍ ସିନ୍ଦୂର: ବିଫୋର୍ ଆଣ୍ଡ ବିୟଣ୍ଡ୍’ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସେନା ମୁଖ୍ୟ ଜେନେରାଲ ଦ୍ବିବେଦୀ କହିଛନ୍ତି, ଅସ୍ତ୍ରବିରତି ପରେ ବି ପାକିସ୍ତାନ ବିରୋଧରେ ଆମ ଲଢ଼େଇ ଥମିନାହିଁ।
ଦ୍ବିବେଦୀ କହିଛନ୍ତି, ଆପଣମାନେ ଭାବୁଥିବେ ଯେ ଯୁଦ୍ଧ ମେ’ ୧୦ ତାରିଖରେ ଶେଷ ହୋଇଗଲା। କିନ୍ତୁ ପ୍ରକୃତରେ ଏହା ଶେଷ ହୋଇନଥିଲା ଏବଂ ଆମକୁ ଅନେକ ନିଷ୍ପତ୍ତି ନେବାର ଥିଲା । ସବୁକିଛି ଏଠାରେ କହିହେବନାହିଁ। ଅପରେସନ୍ ସିନ୍ଦୂର ସମୟରେ ଭାରତୀୟ ସେନାର ଜବାବ ପାଇଁ ଜେନେରାଲ ଦ୍ବିବେଦୀ ସେନାକୁ ପ୍ରଶଂସା କରିଛନ୍ତି। ଦ୍ବିବେଦୀ କହିଛନ୍ତି, ପହଲଗାମ ଆକ୍ରମଣର କିଭଳି ସଠିକ୍ ଜବାବ ଦେଇହେବ ସେନେଇ ବରିଷ୍ଠ ସେନା ଅଧିକାରୀଙ୍କ ସହ ଆମେ କଥା ହୋଇଥିଲୁ। ଅନେକ ବରିଷ୍ଠ ଅଧିକାରୀ ସେମାନଙ୍କ ପ୍ରସ୍ତାବ ଦେଇଥିଲେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇ ଭାରତ ପାକିସ୍ତାନ ବିରୋଧରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/07/sffssfxcxc-2025-09-07-02-15-05.jpg)