ଇସଲାମାବାଦ:ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରର ଏକ ନୂଆ ଅଡିଓ କ୍ଲିପ୍ ସାମ୍ନାକୁ ଆସିଛି। ଯେଉଁଥିରେ ସେ ତାଙ୍କ ବଡ଼ ଭଉଣୀଙ୍କ ମୃତ୍ୟୁ ପାଇଁ ଭୋ ଭୋ ହୋଇ କାନ୍ଦୁଥିବାର ଶୁଣିବାକୁ ମିଳୁଛି। ଅଡିଓ କ୍ଲିପ୍ ଆରମ୍ଭରେ ମାସୁଦ କହୁଥିବା ଶୁଣାଯାଉଛି, ଏହି ଅପରେସନରେ ମୋର ବଡ଼ ଭଉଣୀଙ୍କୁ ହତ୍ୟା କରାଯାଇଥିଲା।

Advertisment

ଏହି ଅଡିଓ କ୍ଲିପ୍ ଏପରି ଏକ ସମୟରେ ଆସିଛି ଯେତେବେଳେ ବାହାବଲପୁରରେ ଜୈଶର ମୁଖ୍ୟାଳୟ ସୁଭାନାଲ୍ଲାହରେ ହୋଇଥିବା ଅପରେସନ ସିନ୍ଦୂରରେ ମାସୁଦ ଆଝାରଙ୍କ ପରିବାରର ୧୦ ଜଣ ସଦସ୍ୟ ନିହତ ହୋଇଥିଲେ। ଏଥିରେ ତାଙ୍କ ବଡ଼ ଭଉଣୀ, ଭିଣୋଇ ଜଣେ ଭଣଜା ଏବଂ ତାଙ୍କ ପତ୍ନୀ, ଜଣେ ଭାଣିଜି ଏବଂ ଜୈଶ ଆତଙ୍କବାଦୀ ସାମିଲ ଥିଲେ।

ଆହୁରି ପଢ଼ନ୍ତୁ:

ପାକିସ୍ତାନରୁ ଭାଇରାଲ ହୋଇଥିବା ଏହି ଅଡିଓରେ ଆଝାର ପ୍ରିୟଜନଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କରିବା ସହିତ ଜୈଶର ମହିଳା ଶାଖା ଜମାତ-ଉଲ-ମୋମିନାତ୍ ସମ୍ପର୍କରେ ଖୋଲାଖୋଲି ଭାବରେ ଉଲ୍ଲେଖ କରିଛନ୍ତି ଏବଂ ମହିଳାମାନଙ୍କୁ ଜିହାଦରେ ଯୋଗଦେବା ତଥା ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରିବାକୁ ଅପିଲ୍ କରିଛି। ମାସୁଦ ଅଡିଓରେ କହିଛି, ଏହା କେବଳ ଦୁଃଖ ନୁହେଁ। ଏହା ଏକ ନିଯୁକ୍ତି ବାର୍ତ୍ତା। 

ବିଶେଷଜ୍ଞଙ୍କ ଅନୁସାରେ ଏହି ଅଡିଓ କ୍ଲପ୍ ମାଧ୍ୟମରେ ମହିଳାଙ୍କୁ ଆଦର୍ଶଗତ ଆତଙ୍କବାଦ ସହାୟକ ଭାବରେ ପ୍ରୋତ୍ସାହିତ କରାଯାଇଛି। ଘର ଭିତରର ମୌଳବାଦକୁ ସାଧାରଣ କରିବା ପାଇଁ ଚେଷ୍ଟା କରାଯାଇଛି। ଏହା ଏହି ଅଡିଓର ସବୁଠାରୁ ବିପଦପୂର୍ଣ୍ଣ ସତ୍ୟ।

ଅଡିଓ କ୍ଲିପ୍‌ରେ ମାସୁଦ ଆଝାର ବିମାନ ଅପହରଣ ସମ୍ପର୍କରେ ବିବରଣୀ ପ୍ରକାଶ କରୁଥିବାର ଶୁଣାଯାଇଛି। ସେ କହୁଛି, ଯେତେବେଳେ ମୁଁ ଭାରତରୁ ମୁକ୍ତ ହୋଇଥିଲି, ମୋର ମନୋବଳ ପରୀକ୍ଷା ହୋଇଥିଲା। ଭାରତୀୟ କର୍ତ୍ତୃପକ୍ଷ ମୋତେ ଅନେକ ପ୍ରଶ୍ନ ପଚାରିଥିଲେ।

ଆଝାର ଅନୁସାରେ, ଯେତେବେଳେ ଭାରତୀୟ ଅଧିକାରୀମାନେ ତାଙ୍କୁ ଜିହାଦ ବିଷୟରେ ପଚାରିଲେ, ଜୈଶ ମୁଖ୍ୟ ଉତ୍ତର ଦେଇଥିଲେ, ଆମର ମା’ମାନେ ପ୍ରତିଦିନ ଆମକୁ ଜିହାଦର ଲୋରୀ ଗାନ କରି ଶୁଆଇଥାନ୍ତି। ଆମ ପାଖରେ କୋରାନ ଅଛି। ତୁମେ କାନ୍ଥରୁ ଜିହାଦକୁ ଲିଭାଇ ପାରିବ। ତୁମେ ଏହାକୁ କୋରାନର ପଦରୁ ଲିଭାଇ ପାରିବ ନାହିଁ।

ଅପରେସନ ସିନ୍ଦୂର ପରଠାରୁ ଆଝାର ଅଣ୍ଡରଗ୍ରାଉଣ୍ଡ

ମେ’ ୨୦୨୫ରେ, ଭାରତ ପାକିସ୍ତାନରେ ଥିବା ଜୈଶ ଏବଂ ଲସ୍କର-ଏ-ତୈବା (LeT) ଘାଟି ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହି ଆକ୍ରମଣ ପରଠାରୁ ମାସୁଦ ଆଝାର ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଛି। ଆଝାରର ବର୍ତ୍ତମାନ ବାସସ୍ଥାନ ଅଜଣା, କିନ୍ତୁ କୁହାଯାଉଛି ଯେ, ସେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଲୁଚି ରହିଛି। ଲସ୍କର ମୁଖ୍ୟ ହାଫିଜ୍ ସଇଦ ମଧ୍ୟ ଆଝାର ସହିତ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ:

ସୂଚନାଯୋଗ୍ୟ, କିଛି ଦିନ ତଳେ ମାସୁଦ ଆଝାରର ଅନ୍ୟ ଏକ ଅଡିଓ ରେକର୍ଡିଂ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଜିହାଦ ବିଷୟରେ କହିଥିଲା। ଦ୍ବିତୀୟ ଅଡିଓ କ୍ଲିପ୍ ସୂଚାଇ ଦେଇଛି ଯେ, ଅପରେସନ ସିନ୍ଦୂର ଯୋଗୁ ସଇତାନ ଆଝାର ଆଖିରୁ ଲୁହ ଶୁଖୁନି।