ନୂଆଦିଲ୍ଲୀ: ଯୋଗରେ ଯୋଗରେ ଅପରେସନ୍ ସିନ୍ଦୂରର ଝଲକ । ଯୋଗ ମାଧ୍ୟମରେ ଭାରତର ବଡ ଉପଲବ୍ଧି ଅପରେସନ୍ ସିନ୍ଦୂରକୁ ସଲାମ ଜଣାଯାଇଛି । ଆଉ ବାୟୁବୀର ମାନେ ଉତ୍ସାହର ସହ ଯୋଗ କରି ଅପରେସନ୍ ସିନ୍ଦୂରକୁ ପୁଣି ଥରେ ମନେପକାଇଛନ୍ତି । ଯେତେବେଳେ ସାରା ବିଶ୍ବ ଯୋଗ ଦିବସ ପାଳୁଛି ସେତେବେଳେ ବାୟୁବୀରମାନେ କିଛି ନିଆରା ଢଙ୍ଗରେ ପାଳିଛନ୍ତି ଆନ୍ତର୍ଜାତୀୟ ଯୋଗ ଦିବସ ।
#WATCH | PRO Defence Palam tweets "Air warriors across HQ WAC IAF enthusiastically celebrated #InternationalYogaDay2025. The event, led by the AOC-in-C, underscored the IAF's unwavering commitment to holistic well-being, showcasing our belief in nurturing Air Warriors for… pic.twitter.com/36PPT01Sz9
— ANI (@ANI) June 21, 2025
ପହଲଗାମ୍ ହମଲା ପରେ ଆତଙ୍କୀଙ୍କୁ ପାନେ ଦେବାକୁ ଏବଂ ପାକିସ୍ତାନକୁ ତା ପାପର ଦଣ୍ଡ ଦେବାକୁ ଭାରତ କରିଥିଲା ଅପରେସନ୍ ସିନ୍ଦୂର । ଯାହା ଜରିଆରେ ପାକିସ୍ତାନରେ ପଶି ଭାରତୀୟ ବାୟୁବୀର ଆତଙ୍କୀଙ୍କ ଆଡ୍ଡା ନଷ୍ଟ କରିବା ସହ ପାକିସ୍ତାନକୁ ଧ୍ବଂସ କରିଥିଲେ । ଭାରତ- ପାକିସ୍ତାନ ମଧ୍ଯରେ ଯୁଦ୍ଧ ଉଗ୍ର ରୂପ ନେଇଥିବା ବେଳେ ଭାରତର ଆକ୍ରମଣରେ ଭୟଭୀତ ହୋଇ ପାକିସ୍ତାନ ଅସ୍ତ୍ରବିରତି ପାଇଁ ମୁଣ୍ଡ ନୁଆଁଇବା ପରେ ଯୁଦ୍ଧ ବନ୍ଦ ହୋଇଥିଲା । ତାପରେ ସାରା ବିଶ୍ବରକୁ ପାକିସ୍ତାନର ଅସଲ ମୁଖା ଦେଖାଇବାକୁ ଏବଂ ଅପରେସନ୍ ସିନ୍ଦୂର ବାବଦରେ ଜଣାଇବାକୁ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବିଶ୍ବ ଭ୍ରମଣ କରିଥିଲେ । ଆଉ ଏହି ଅପରେସନ୍ ସିନ୍ଦୂରକୁ ଆଜି ଯୋଗ ଦିବସରେ ଦେଖାଇ ପୁଣି ଥରେ ଅପରେସନ୍ ସିନ୍ଦୂରର ଗୁରୁତ୍ବକୁ ଦ୍ବିଗୁଣିତ କରିଛନ୍ତି ବାୟୁବୀର ।
ସାରା ଦେଶରେ ଆଜି ଯୋଗ ଦିବସ ପାଳନ ହୋଇଛି । ସୁସ୍ଥ ଜୀବନ ପାଇଁ ଦରକାର ଯୋଗ । କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସାରା ବିଶ୍ୱରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଇଛି ।
ଅନ୍ତର୍ଜାତୀୟ ଯୋଗ ଦିବସକୁ ନେଇ ଦେଶରେ ଏକ ଲକ୍ଷରୁ ଅଧିକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆନ୍ଧ୍ରପ୍ରଦେଶ ବିଶାଖାପାଟନା ଆରକେ ବିଚରେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସଭାରୁ ସାରା ବିଶ୍ବକୁ ଯୋଗ କରିବାକୁ ବାର୍ତ୍ତା ଦେଇଛନ୍ତି ମୋଦୀ । କହିଛନ୍ତି, ସାରା ବିଶ୍ବକୁ ଯୋଡ଼ିବ ଯୋଗ । ଯୋଗ ଜନଆନ୍ଦୋଳନରେ ପରିଣତ ହେଉ ।