ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଆଜି ଦେଶର ସାମରିକ ଶକ୍ତିକୁ ନୂତନ ଉଚ୍ଚତାରେ ପହଞ୍ଚାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଠାରେ ଥିବା ବ୍ରହ୍ମୋସ ଏରୋସ୍ପେସ୍ ୟୁନିଟ୍ରୁ ସବୁଜ ପତାକା ଦେଖାଇ ସୁପରସୋନିକ୍ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ଚେତାବନୀ ଦେଇଥିବା ଜଣାଯାଇଛି। ବ୍ରହ୍ମୋସ ଏରୋସ୍ପେସ୍ ୟୁନିଟ୍ର ଭିତ୍ତିପ୍ରସ୍ତର ଡିସେମ୍ବର ୨୦୨୧ ରେ ସ୍ଥାପନ କରାଯାଇଥିଲା ଏବଂ ମେ’ ୧୧, ୨୦୨୫ରେ ଆନୁଷ୍ଠାନିକ ଭାବରେ ଏହାର ଉଦଘାଟନ କରାଯାଇଥିଲା।
ପ୍ରତିବର୍ଷ ୮୦ ରୁ ୧୦୦ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଉତ୍ପାଦନ ହେବ
ଏହି ୟୁନିଟ୍ ମାତ୍ର ୫ମାସ ମଧ୍ୟରେ ଏହାର ପ୍ରଥମ ଉତ୍ପାଦନ ଶେଷ କରିଛି, ଯାହା ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ଏହି ୟୁନିଟ୍ ପ୍ରତିବର୍ଷ ୮୦ ରୁ ୧୦୦ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଏହି ପ୍ରକଳ୍ପଟି ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ୬ଟି ନୋଡ୍ ମଧ୍ୟରୁ ଗୋଟିଏ, ଯାହା ବିଶେଷ ଭାବରେ ଲକ୍ଷ୍ନୌରେ ଡିଜାଇନ୍ କରାଯାଇଛି।
ବ୍ରହ୍ମୋସ କେବଳ କ୍ଷେପଣାସ୍ତ୍ର ନୁହେଁ, ଭାରତର ସ୍ୱଦେଶୀ ସାମରିକ କ୍ଷମତାର ପ୍ରତୀକ
ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ, "ବ୍ରହ୍ମୋସ ଆଉ କେବଳ ଏକ କ୍ଷେପଣାସ୍ତ୍ର ନୁହେଁ, ବରଂ ଭାରତର ବର୍ଦ୍ଧିତ ସ୍ୱଦେଶୀ ସାମରିକ କ୍ଷମତାର ପ୍ରତୀକ। ଏହାର ପାରମ୍ପରିକ ଯୁଦ୍ଧାସ୍ତ୍ର, ଉନ୍ନତ ମାର୍ଗଦର୍ଶନ ପ୍ରଣାଳୀ ଏବଂ ସୁପରସୋନିକ୍ ଗତିର ମିଶ୍ରଣ ଏହାକୁ ବିଶ୍ୱର ସର୍ବୋତ୍ତମ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ କରିଛି। ବ୍ରହ୍ମୋସ ବର୍ତ୍ତମାନ ସେନା, ନୌସେନା ଏବଂ ବାୟୁସେନାର ମେରୁଦଣ୍ଡ ପାଲଟିଛି। ବ୍ରହ୍ମୋସ ନାମ ଦେଶର ନାଗରିକଙ୍କ ମନରେ ବିଶ୍ୱାସ ଏବଂ ଗର୍ବର ଭାବନା ଆଣିଛି।"
ସମଗ୍ର ପାକିସ୍ତାନ ବ୍ରହ୍ମୋସ୍ ଟାର୍ଗେଟରେ
ସେ ଆହୁରି କହିଛନ୍ତି ଯେ, ଲକ୍ଷ୍ନୌରେ ବ୍ରହ୍ମୋସ୍ ୟୁନିଟ୍ ପ୍ରତିଷ୍ଠା ପ୍ରମାଣ କରିଛି ଯେ, ଭାରତ ଆଉ କେବଳ ଏକ ଉପଭୋକ୍ତା ନୁହେଁ, ବରଂ ପ୍ରତିରକ୍ଷା ପ୍ରଯୁକ୍ତିର ଉତ୍ପାଦକ। ଅପରେସନ୍ ସିନ୍ଦୂରରେ ବ୍ରହ୍ମୋସ୍ର ସଫଳତା ପ୍ରମାଣ କଲା ଯେ, ଆମର କ୍ଷେପଣାସ୍ତ୍ର କେବଳ ଏକ ପରୀକ୍ଷଣ ନୁହେଁ, ବରଂ ଶକ୍ତିର ଏକ ବ୍ୟବହାରିକ ପ୍ରମାଣ। ଅପରେସନ୍ ସିନ୍ଦୂର କେବଳ ଏକ ଟ୍ରେଲର ଥିଲା। ଏବେ ପାକିସ୍ତାନର ସମଗ୍ର ଭୂମି ବ୍ରହ୍ମୋସ୍ ପରିସର ମଧ୍ୟରେ ଅଛି।'
Rajnath Singh | defence minister | BrahMos production unit
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/18/untitled-9-2025-10-18-13-53-04.jpg)