ନୂଆଦିଲ୍ଲୀ: ବିପଦ ବେଳେ ନିଜର ବଡପଣ ଦେଖାଇ ପଡୋଶୀ ଦେଶକୁ ସବୁବେଳେ ସାହାଯ୍ୟ କରି ଆସିଛି ଭାରତ । ସଙ୍କଟ ସମୟରେ ଅନେକ ଦେଶକୁ ସାହାଯ୍ୟର ହାତ ବଢାଇଛି ଭାରତ । ବନ୍ୟା, ବାତ୍ୟା, ଭୂକମ୍ପ ପରି ସ୍ଥିତିରେ ଛିଡା ହୋଇ ଭାରତ ଅନ୍ୟ ଦେଶ ଆଖିରେ ଦେବଦୂତର ଆଖ୍ୟା ପାଇଥିବା ବେଳେ ଏବେ ମ୍ୟାମାରକୁ ସହାୟତା ପାଇଁ ଅପରେସନ ‘ବ୍ରହ୍ମା’ ଆରମ୍ଭ ହୋଇଛି ।
#WATCH | Indian Air Force aircraft being loaded with relief material for Myanmar.
— ANI (@ANI) March 29, 2025
The 60 Para Field Ambulance is getting ready to depart for Myanmar as part of #OperationBrahma: XP Division, MEA
(Source: XP Division, MEA) pic.twitter.com/ZtRgYg6h3G
ତେବେ ମ୍ୟାମାରର ବିପଦର ବନ୍ଧୁ ସାଜିଛି ଭାରତ । କାଲି ବିପଦ ଆସିବା ପରେ କାଳ ବିଳମ୍ବ ନକରି ଭୂକମ୍ପରେ ଛାରଖାର ମିଆଁମାରକୁ ସହାୟତାର ହାତ ବଢାଇଛି ଦେଶ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ୧୫ ଟନରୁ ଅଧିକ ରିଲିଫ୍ ସାମଗ୍ରୀ ପଠାଯାଇଛି । ତା ସହ ଆମ୍ବୁଲାନ୍ସ ଯିବାକୁ ମଧ୍ୟ ପ୍ରସ୍ତୁତ ହୋଇ ରହିଛି ।
Spoke with Senior General H.E. Min Aung Hlaing of Myanmar. Conveyed our deep condolences at the loss of lives in the devastating earthquake. As a close friend and neighbour, India stands in solidarity with the people of Myanmar in this difficult hour. Disaster relief material,…
— Narendra Modi (@narendramodi) March 29, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ବିଶାଳ ଭୂମିକମ୍ପରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଏଭଳି ଦୁଖଦ ମୁହୂର୍ତ୍ତରେ ଭାରତ ଉଭୟ ଦେଶସହ ଛିଡ଼ାହେବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ଅପରେସନ୍ ‘ବ୍ରହ୍ମା’ରେ ପର୍ୟ୍ୟାପ୍ତ ପରିମାଣରେ ତମ୍ବୁ ସାଙ୍ଗକୁ କମ୍ବଳ, ଖାଦ୍ୟ, ଜଳ ରହିଛି । ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ଅତ୍ୟାବଶ୍ୟକ ଔଷଧୀୟ ସାମଗ୍ରୀ ପଠାଯାଇଛି ।