ହିନ୍ଦୁ ବିରୋଧୀ ବୟାନ: କେସିଆର୍‌ଙ୍କୁ ଇସି ନୋଟିସ୍‌

ହାଇଦ୍ରାବାଦ୍‌ : ଟିଆରଏସ୍‌ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର‌ଶେଖର ରାଓଙ୍କର ହିନ୍ଦୁ ବିରୋଧୀ ବୟାନ ପାଇଁ ତାଙ୍କୁ ନିର୍ବା‌ଚନ କମିସନ୍‌ (ଇସି) କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଏପ୍ରିଲ ୧୨ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ଏବାବଦରେ ତାଙ୍କ ଜବାବ ଦାଖଲ ନକଲେ କମିସନ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। କେସିଆର ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ବିଶ୍ବ ହିନ୍ଦୁ ପରିଷଦ ତେଲେଙ୍ଗାନା ରାଜ୍ୟ ଶାଖା ମୁଖ୍ୟ ଏମ୍‌ ରାମ ରାଜୁଙ୍କ ପକ୍ଷରୁ ଏନେଇ ଅଭିଯୋଗ ହେବାପରେ କମିସନ୍‌ ଏହାକୁ ବିଚାରକୁ ନେଇଥିଲେ। କମିସନ୍‌ କହିଛନ୍ତି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ୁଛି ‌ଯେ ‌କେସିଆରଙ୍କ ହିନ୍ଦୁ ବିରୋଧୀ ବୟାନ ନିର୍ବାଚନ ଆଚରଣ ବିଧି ଉଲ୍ଳଂଘନ କରୁଛି। ତେଣୁ ସେ ଏବାବଦରେ ଜବାବ ରଖିବାକୁ ବାଧ୍ୟ।

ସମ୍ବନ୍ଧିତ ଖବର