ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ନିକଟରେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବାପରେ ତାଙ୍କ ବିରୋଧରେ ବିଭିନ୍ନ ଦଳର ନେତା ଯେଉଁଭଳି ଅସମ୍ମାନଜନକ ମନ୍ତବ୍ୟ ଦେଇଛନ୍ତି ସେନେଇ ମାମଲା ରୁଜୁ କରିବ କଂଗ୍ରେସ। ପ୍ରିୟଙ୍କାଙ୍କ ବିରୋଧରେ ହୋଇଥିବା ଅସମ୍ମାନଜନକ ମନ୍ତବ୍ୟକୁ ବିରୋଧ କରି କଂଗ୍ରେସ ମହିଳା ଶାଖା ସବୁ ରାଜ୍ୟ ରାଜଧାନୀରେ ପୁଲିସରେ ଅଭିଯୋଗ କରିବ ବୋଲି ଦଳର ନେତ୍ରୀ ସୁସ୍ମିତା ଦେବ୍ କହିଛନ୍ତି। କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରିୟଙ୍କା ନିକଟରେ ପୂର୍ବ ଉତ୍ତରପ୍ରଦେଶରେ ଯେଉଁ ନୂଆ ଦାୟିତ୍ବ ଗ୍ରହଣ କରିଛନ୍ତି, ତାହାକୁ କଟାକ୍ଷ କରି ଅନେକ ବିଜେପି ନେତା ପ୍ରିୟଙ୍କାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି।
ପ୍ରିୟଙ୍କାଙ୍କ ବିରୋଧରେ ମନ୍ତବ୍ୟ, ମାମଲା ରୁଜୁ କରିବ କଂଗ୍ରେସ ମହିଳା ଶାଖା
/sambad/media/post_attachments/wp-content/uploads/2019/01/Priyanka-Gandhi-Vadra.jpg)