ଜିଓ ଇନ୍‌ଷ୍ଟିଚ୍ୟୁଟ୍‌କୁ ନେଇ ବିବାଦ

ନୂଆଦିଲ୍ଲୀ, ପ୍ରସ୍ତାବିତ ‘ଜିଓ ଇନ୍‌୍‌ଷ୍ଟିଚ୍ୟୁଟ୍‌’ ଖୋଲିବା ପୂର୍ବରୁ ଏହାକୁ ଶ୍ରେଷ୍ଠ ସଂସ୍ଥାନ ତାଲିକାରେ ସାମିଲ କରିବାକୁ ନେଇ ବଡ଼ ଧରଣର ବିବାଦ ଉପୁଜିଛି। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ଆଜି ସ୍ପଷ୍ଟୀକରଣ ଜାରି କରି ନିର୍ଦ୍ଧାରିତ ନିୟମ ଅନୁସାରେ ଏହି ଚୟନ କରାଯାଇଥିବା କହିଛନ୍ତି। ଉଚ୍ଚ ଶିକ୍ଷା ବିଭାଗ ସଚିବ ଆର୍‌ ସୁବ୍ରମଣ୍ୟମ କହିଛନ୍ତି ଯେ ପ୍ରସ୍ତାବିତ ଜିଓ ଇନ୍‌୍‌ଷ୍ଟିଚ୍ୟୁଟକୁ ଏହାର ଭବିଷ୍ୟତ ଯୋଜନା ଓ ଅଙ୍ଗୀକାରବଦ୍ଧତା ପାଇଁ ଚୟନ କରାଯାଇଛି। ନିର୍ଦ୍ଧାରିତ ନୀତି ନିୟମ ଆଧାରରେ ସରକାର ଶ୍ରେଷ୍ଠ ସଂସ୍ଥାନ ତାଲିକା ପ୍ରସ୍ତୁତ କରିଛନ୍ତି ଏବଂ ୧୧ଟି ନୂତନ ପ୍ରସ୍ତାବିତ ଶିକ୍ଷାନୁଷ୍ଠାନକୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ଜିଓ ଇନ୍‌୍‌ଷ୍ଟିଚ୍ୟୁଟ୍‌କୁ ତୃୀତୟ ତଥା ଗ୍ରୀନ୍‌ଫିଲ୍‌୍‌ଡ ବର୍ଗରେ ଚୟନ କରାଯାଇଛି ।

ଏହି ଶ୍ରେଣୀରେ ନୂତନ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ସାମିଲ କରାଯିବାର ନିୟମ ରହିଛି । ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରିବା ଏବଂ ସର୍ବଶ୍ରେଷ୍ଠ ଶିକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଆଗଭର ହେଉଥିବା ସଂସ୍ଥାନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି । ଏହି ଶ୍ରେଣୀରେ ୨୩ଟି ସଂସ୍ଥାନକୁ ସାମିଲ କରିବା ପାଇଁ ଆମ ପାଖକୁ ପ୍ରସ୍ତାବ ଆସିଥିବା ବେଳେ ସେଥିରୁ ୧୧ଟି ସଂସ୍ଥାକୁ ଗ୍ରୀନ୍‌ଫିଲ୍‌୍‌ଡ ଶ୍ରେଣୀରେ ଚୟନ କରାଯାଇଛି ଏବଂ ପ୍ରସ୍ତାବିତ ଜିଓ ଇନ୍‌୍‌ଷ୍ଟିଚ୍ୟୁଟ ମଧ୍ୟ ଏଥିରେ ସାମିଲ ଅଛି।
ଜମି ଅଧଗ୍ରହଣ, ଭିତ୍ତିଭୂମି ବିକାଶ, ଶିକ୍ଷାର ଗୁଣବତ୍ତା ନେଇ ହେଉଥିବା ବ୍ୟବସ୍ଥାକୁ ଦେଖି ନୂତନ ସଂସ୍ଥାକୁ ଏଭଳି ମାନ୍ୟତା ଦିଆଯାଇଥାଏ ବୋଲି ସରକାର କହିଛନ୍ତି। ୩ଟି ଶ୍ରେଣୀ ପାଇଁ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଆବେଦନ କରିଥାନ୍ତି। ସେଗୁଡ଼ିକ ହେଲା ସରକାରୀ, ଘରୋଇ ଏବଂ ଗ୍ରୀନ୍‌ଫିଲ୍‌୍‌ଡ ଶ୍ରେଣୀ। ପ୍ରଥମ ଶ୍ରେଣୀରେ ସରକାରୀ ଶିକ୍ଷା ପ୍ରତିଷ୍ଠାନକୁ ସାମିଲ କରାଯାଇଥାଏ ଯେଉଁଥିରେ ଆଇଆଇଟି ଭଳି ସଂସ୍ଥାନ ରହିଛି । ଦ୍ୱିତୀୟ ଶ୍ରେଣୀରେ ବିଟ୍‌୍‌ସ ପିଲା ଏବଂ ମଣିପାଳ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ରହିଛି। ତୃତୀୟ ଶ୍ରେଣୀ ଗ୍ରୀନ୍‌ଫିଲ୍‌୍‌ଡରେ ସାମିଲ ହେବାପାଇଁ ନୂତନ ପ୍ରତିଷ୍ଠାନମାନେ ଆବେଦନ କରିଥାନ୍ତି। ସୂଚନାଯୋଗ୍ୟ ଏହି ମାମଲାକୁ ନେଇ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ସରକାରକୁ ସମାଲୋଚନା କରିଥିଲେ ଏବଂ ଏଥିରେ ଅନେକ ବୁଦ୍ଧିଜୀବୀ ମଧ୍ୟ ସ୍ୱର ମିଳାଇଥିଲେ।

ସମ୍ବନ୍ଧିତ ଖବର