ଆସନ୍ତା ମାସରେ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ ବୈଠକ: ମମତା

କୋଲକାତା : ଆସନ୍ତା ମାସରେ ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସଂଘୀୟ ବ୍ୟବସ୍ଥା ବିରୋଧରେ କେନ୍ଦ୍ର ସରକାର ନେଉଥିବା ପଦକ୍ଷେପକୁ ଜୋର୍‌ଦାର ବିରୋଧ କରାଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସୂଚନା ଦେଇଛନ୍ତି। ଉତ୍ତରପ୍ରଦେଶରେ ଚାଲିଥିବା ବିଧାନସଭା ନିର୍ବାଚନକୁ ନେଇ ମମତା କହିଛନ୍ତି, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ସହାୟତା କରିବା ପାଇଁ ତୃଣମୂଳ କଂଗ୍ରେସ ଏହି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିନାହିଁ।

ସମ୍ବନ୍ଧିତ ଖବର