ନୂଆଦିଲ୍ଲୀ : ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ବିପକ୍ଷ ଦଳକୁ ନେଇ ଚର୍ଚ୍ଚା କରିଥିବା ଦେଖା ଯାଇଛି । ଉଇଙ୍ଗ୍ କମାଣ୍ଡର ଅଭିନନ୍ଦନ ପାକିସ୍ତାନର କବ୍ଜାକୁ ଯିବା ସମୟରେ ବିପକ୍ଷ ଦଳ କେଉଁ ବିଷୟକୁ ଅଧିକ ଗୁରୁତ୍ୱ ଦେବା କଥା ଏବଂ ସେମାନେ କେଉଁ ବିଷୟ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ ସେ ବିଷୟରେ କହିଛନ୍ତି ମୋଦୀ । ଏହା ସହ ପାଇଲଟ୍ ଅଭିନନ୍ଦନଙ୍କୁ ପାକସ୍ତାନରୁ ମୁକୁଳାଇବା ଏବଂ ବାଲାକୋଟ୍ରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍ କରିବା ପ୍ରସଙ୍ଗକୁ ନେଇ ବିପକ୍ଷ ଦଳ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇ ଏହାକୁ ରାଜନୀତି ସହ ଯୋଡ଼ି ଦେଲେ ବୋଲି କହିଛନ୍ତି ମୋଦୀ ।
/sambad/media/post_attachments/wp-content/uploads/2019/03/Modi-in-Gujarat_PTI_0-300x225.jpg)
ଏକ ନିଉଜ୍ ଚ୍ୟାନେଲକୁ ସକ୍ଷାତକାର ଦେଇ, ଯେତେବେଳେ ପାଇଲଟ୍ ଅଭିନନ୍ଦନଙ୍କ ଘଟଣା ଘଟିଥିଲା, ସେତେବେଳେ ପ୍ରତି ଭାରତୀୟ ରାଜନୈତିକ ଦଳ ଗୁଡ଼ିକୁ ଭାରତୀୟ ବାୟୁସେନା ଉପରେ ଗର୍ବ ଅନୁଭବ କରିବାର ଥିଲା । ପାକିସ୍ତାନର ଏଫ୍-୧୬ ଲଢ଼ୁଆ ବିମାନଙ୍କୁ ହରାଇ ଥିବାରୁ ଦଳଗୁଡ଼ିକୁ ବାୟୁସେନାକୁ ପ୍ରଶଂସା କରିବାର ଥିଲା । କିନ୍ତୁ ସୋମାନେ ସେଭଳି କିଛି ନ କରି କ୍ୟାଣ୍ଡେଲ ଶୋଭାଯାତ୍ରା କରିବାର ଯୋଜନା କରୁଥିଲେ । ଯଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପାଇଲଟ୍ ଅଭିନନ୍ଦନଙ୍କୁ ଛାଡ଼ିବାର ଘୋଷଣା କରି ନଥାନ୍ତେ । ତେବେ ସବୁ ଦଳ କ୍ୟାଣ୍ଡେଲ ଶୋଭାଯାତ୍ରା କରିବା ଆରମ୍ଭ କରି ଦେଇଥାନ୍ତେ । ଯଦି ଭାରତର ଜଣେ ପାଇଲଟ୍ ଅନ୍ୟ ଦେଶର କବ୍ଜାକୁ ଚାଲି ଯାଇଛନ୍ତି, ତେବେ ଭାରତ ସରକାର ନିଜର କୂଟନୀତି ଦ୍ୱାରା ତାଙ୍କୁ ଦେଶକୁ ଫେରାଇ ଆଣିବାର କ୍ଷମତା ରହିଛି । । ସେ ନେଇ ଏତେ ରାଜନୀତି କରିବାର କୌଣସି ଆବଶ୍ୟକତା ନଥିଲା ବୋଲି କହିଛନ୍ତି ମୋଦୀ ।