ସେହବାଜ ସରିଫ୍‌ଙ୍କୁ ପ୍ରଧାନମନ୍ତ୍ରୀ ଘୋଷଣା କଲେ ବିରୋଧୀ ଦଳ

ଇସ୍‌ଲାମାବାଦ: ପାକିସ୍ତାନ ରାଜନୀତି କେତେ ତଳସ୍ତରକୁ ଯାଇପାରେ ଆଜି ତାହାର ପ୍ରମାଣ ପାକ୍‌ ସଂସଦରେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ସଂଖ୍ୟାଧିକ ସାଂସଦଙ୍କ ସମର୍ଥନ ଥିବା ଦେଖି ଉପବାଚସ୍ପତି ଏହାକୁ ଖାରଜ କରି ବଡ଼ ଅନର୍ଥ ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ବିରୋଧୀ ଦଳମାନେ ଆଜି ସଂସଦକୁ କବ୍‌ଜା କରି ମେଣ୍ଟ ନେତା ସେହବାଜ ସରିଫ୍‌ଙ୍କୁ ପ୍ରଧାନମନ୍ତ୍ରୀ ଘୋଷଣା କରିଦେଇଛନ୍ତି। ଉଭୟ ଶାସକ ଦଳ ଏବଂ ବିରୋଧୀ ମେଣ୍ଟ ସମ୍ବିଧାନକୁ ଜଳାଞ୍ଜଳି ଦେଇ ନିଜ ଇଚ୍ଛା ମୁତାବକ ପଦକ୍ଷେପ ନେଉଥିବାରୁ ଦେଶରେ ଆଉ ଗଣତନ୍ତ୍ର ବୋଲି କିଛି ନଥିବା କୁହାଯାଉଛି। ଅନାସ୍ଥା ଭୋଟ୍‌କୁ ନେଇ ଉପୁଜିଥିବା ସଙ୍କଟ ଉପରେ ଆସନ୍ତାକାଲି ସୁପ୍ରିମ୍‌ କୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ସେହବାଜ ସରିଫ୍‌ଙ୍କୁ ପ୍ରଧାନମନ୍ତ୍ରୀ ଘୋଷଣା ସଙ୍କଟକୁ ଆହୁରି ଜଟିଳ କରିଛି।

ସମ୍ବନ୍ଧିତ ଖବର